କୋରାପୁଟ: ଜମି ବିବାଦ ନେଇ ସ୍କୁଲରେ ତାଲା ପକାଇଲେ ଆଦିବାସୀ ପରିବାର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ତୋୟାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ଡୁମୁରିପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଆଦିବାସୀ ପରିବାରର ବୁଧବାର ତାଲା ପକାଇ ଦେଇଛନ୍ତି। ସ୍କୁଲ ଭିତରକୁ ପ୍ରବେଶ କରିବା ପାଇଁ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ସଂପୃକ୍ତ ପରିବାର ବିନା ପିଅନ ଚାକିରିରେ ସ୍କୁଲ ଭିତରକୁ ଯିବା ସହଜ ନୁହେଁ ବୋଲି କହିଛନ୍ତି। ପ୍ରାୟ ଏକଘଣ୍ଟା ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ବୁଝାସୁଝା କରିବା ପରେ ବିଦ୍ୟାଳୟ ଗେଟ୍‌ରୁ ତାଲା ଖୋଲାଯାଇଥିଲା।

ମିଳିଥିବା ସୂଚନା ମୁତାବକ ଡୁମୁରିପଦର ଗାଁ ରାସ୍ତା କଡରେ ଥିବା ଖାତା ନମ୍ବର ୪୦, ପ୍ଲଟ ନମ୍ବର ୨୩୮ରେ ଥିବା ୪୯ସେଣ୍ଟ ଜମି ଗିରିଧର ହିକକାଙ୍କ ଜେଜେବାପାଙ୍କ ନାମରେ ବର୍ତମାନ ସୁଧା ରହିଛି। ଏପରିକି ୩୫ ସେଣ୍ଟ ଜମିରେ ୧୯୫୦ରୁ ସ୍କୁଲ ନିର୍ମାଣ ହୋଇଥିବା ବେଳେ ସ୍କୁଲକୁ ଲାଗି ବଳକା ୧୪ ସେଣ୍ଟ ଜମିରେ ଗିରିଧର ଓ ତାଙ୍କ ଭାଇଭଗାରି ରହିଆସୁଛନ୍ତିା ଉକ୍ତ ସ୍କୁଲ ଜମି ସରକାରଙ୍କୁ ଦାନ ସୁତ୍ରରେ ଦିଆଯାଇଛି ନା ବିକ୍ରୟ କରାଯାଇଛି, ସେ ବିଷୟରେ ବିଦ୍ୟାଳୟ ପାଖରେ କିଛି ଦସ୍ତାବିଜ୍‌ ନଥିବା ବେଳେ ଗିରିଧର ତାଙ୍କ ଜମି କୌଣସି ସୁତ୍ରରେ ପ୍ରଦାନ କରାଯାଇନାହିଁ। ଯଦି ବି ସ୍କୁଲ ନିର୍ମାଣ କରାଯାଇଛି ତାହେଲେ ତାଙ୍କର ଆପତ୍ତି ରହିଛିକି ତାଙ୍କ ପତ୍ନି କୁନି ହିକକାଙ୍କୁ ପିଅନ ଚାକିରିରେ ରଖାଯାଉ ବୋଲି ସେ ବାରମ୍ବାର ଅଭିଯୋଗ କରିଛନ୍ତିା ଏପରିକି ଗତ ଜୁଲାଇ ୨ରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ସେ ଏନେଇ ଅଭିଯୋଗ କରିଥିଲେ।

ଜିଲ୍ଲାପାଳଙ୍କୁ ସେ ଖୋଲାଖୋଲି ଦର୍ଶାଇଥିଲେ ଯେ କୌଣସି ପ୍ରକାରେ ତାଙ୍କ ପରିବାରର ଜଣେ ସଦସ୍ୟକୁ ନବ ନିର୍ମିତ ହଷ୍ଟେଲ୍‌ରେ ତାଙ୍କ ପରିବାରର ସଦସ୍ୟକୁ ଚାକିରି ପ୍ରଦାନ କରାନଗଲେ ସେ ବିଦ୍ୟାଳୟରେ ୭ ଦିନ ମଧ୍ୟରେ ତାଲା ପକାଇବେ। ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ଦାବି ପୂରଣ ହୋଇ କରା ନଯାଇ ଲଳିତା ହିକକା ଓ ଜଲି ହିକକାଙ୍କୁ ହଷ୍ଟେଲର ରୋଷେୟା ଓ ପିଅନ ଭାବେ ଅସ୍ଥାୟୀ ନିଯୁକ୍ତି ମିଳିଥିବା କାରଣରୁ ସେ ବୁଧବାର ସ୍କୁଲରେ ତାଲା ପକାଇଥିବା ପ୍ରକାଶ କରିଛନ୍ତି।

ପ୍ରଧାନଶିକ୍ଷୟତ୍ରୀ ମିରା ରାଣୀ ମିଶ୍ର ସ୍କୁଲରେ ତାଲା ପକାଯିବା ନେଇ ବ୍ଲକ ଶିକ୍ଷାଧିକାରୀ ଙ୍କୁ ପୋନ୍‌ ଯୋଗେ କହିବା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦୈତାରୀ ଦାଶ ବିଦ୍ୟାଳୟରେ ପହଞ୍ଚି ଆଲୋଚନା କରିଛନ୍ତି ଓ ଉଚ୍ଚକତୃପକ୍ଷଙ୍କୁ ଗିରିଧରଙ୍କ ଅଭିଯୋଗ ଜଣାଇବେ ବୋଲି ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର