ଲକ୍ଷ୍ମୀପୁର: ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରଞ୍ଜିତଗୁଡା ଗାଁର ପଦା ମୁଦୁଲି ନାମକ ଜଣେ ମହିଳା ରାଜଧାନୀ ଭୂବନେଶ୍ୱରରୁ ନିଖୋଜ ହୋଇଯାଇଛନ୍ତି। ପଦାଙ୍କ ନିଖୋଜ ନେଇ ଲକ୍ଷ୍ମୀପୁର ଥାନାରେ ତାଙ୍କ ସ୍ୱାମୀ ସୁବାସ ମୁଦୁଲି ଅଭିଯୋଗ କରିଛନ୍ତିା ସୁବାସଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ କୁଟଳୁ ମୁଦୁଲି ଖରା ଛୁଟି ବିତାଇବା ସକାଶେ ନିଜ ଗାଁ ‘ରଞ୍ଜିତଗୁଡା’କୁ ଆସିଥିଲାା
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ୨୯ରେ ପଦା ପୁଅକୁ ଛାଡିବା ସକାଶେ ଟ୍ରେନ ‘ହିରାଖଣ୍ଡ ଏକ୍ସପ୍ରେସ୍’ ଯୋଗେ ଭୂବନେଶ୍ୱର ଯାଇଥିଲୋ ସେ ପୁଅକୁ ଜୁଲାଇ ୩୦ରେ କିଟ୍ ସ୍କୁଲରେ ଛାଡ଼ିଦେଇ ଘରକୁ ଫେରିଥାନ୍ତେି। ଗୁରୁବାର ଦିନ ସୁଧା ପ୍ରାୟ ୫ ଦିନ ବିତିଗଲା ପରେ ବି ପଦା ଆଉ ଘରକୁ ଫେରିନାହାନ୍ତିା ପଦା ପୁଅକୁ ଛାଡିବା ଦିନ ହିଁ ହିରାଖଣ୍ଡ ଏକ୍ସପ୍ରେସରେ ଫେରିବାର ଥିଲା କିନ୍ତୁ ଏବେ ସନ୍ଦେହ କରାଯାଉଛି ଯେ, ପୁଅକୁ ଛାଡି ପଦା ପୁଣି ଷ୍ଟେଷନ୍ରେ ହିରାଖଣ୍ଡ ଟ୍ରେନ ପରିବର୍ତ୍ତେ ଅନ୍ୟ କେଉଁ ଟ୍ରେନ୍ରେ ଚଢି ଅନ୍ୟ କୁଆଡେ ଚାଲିଯାଇଥାଏ ପାରେ। କାରଣ ପଦା ଜଣେ ନିରିହ ଆଦିବାସୀ ଅଶିକ୍ଷିତ ମହିଳା ଅଟେ। ସେ ଟ୍ରେନ୍ରେ ଘରକୁ ଫେରିବା ମୁସକିଲ୍ କଥା। ତେଣୁ ତାଙ୍କ ସ୍ୱାମୀ ଏନେଇ ଲକ୍ଷ୍ମୀପୁର ଥାନାରେ ତାଙ୍କ ପତ୍ନିଙ୍କୁ ଖୋଜିବା ସକାଶେ ଲିଖିତ ଅଭିଯୋଗ କରିଛନ୍ତିା ସୁବାଷ କହିଛନ୍ତି, ତାଙ୍କର ପୁଅ ସ୍କୁଲରେ ପହଞ୍ଚିଛି କି ନାହିଁ, ତାହା ମଧ୍ୟ ସେ ଜାଣି ନାହାନ୍ତି।