କୋରାପୁଟ: ଗ୍ୟାସ ସିଲିଣ୍ଡର ଫାଟି ଦୁଇଟି ଘର ଭସ୍ମିଭୁତ, ଚୁଲି ଓ ଟାଙ୍କିରେ ଲାଗିଗଲା ନିଆଁ

ଲକ୍ଷ୍ମୀପୁର: ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ରବିବାର ୨ଟି ଘର ଭସ୍ମିଭୁତ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତ ସଦର ଗାଁରେ ଏହି ଘଟଣା ଘଟିଛି। ଦେଇନା ମିଣିଆକାଙ୍କ ପୁଅ ଆନନ୍ଦ ମିଣିଆକା ରୋଷେଇ କରିବା ସମୟରେ ଗ୍ୟାସ୍‌ ଟାଙ୍କି ଅନ୍‌ କରି ଚୁଲି ଲଗାଇବା ମାତ୍ରେ ଗ୍ୟାସ ପାଇପ୍‌ ଦେଇ ସଙ୍ଗେ ସଙ୍ଗେ ସିଲିଣ୍ଡର ଆଡକୁ ଚାଲିଯାଇଥିଲା ନିଅାଁ। କୌଣସି ଉପାୟ ନପାଇ ସଙ୍ଗେ ସଙ୍ଗେ ପରିବାରର ଅନ୍ୟ ସଦସ୍ୟ ମାନେ ଘରୁ ବାହାରି ପଡିଥିବା ବେଳେ ସିଲିଣ୍ଡରର ନିଆଁ ଘର ଚାରିପାଖେ ଲାଗିଯିବା ସହ ତାଙ୍କ ପଡ଼ିଶାରେ ଥିବା ଦୁଇଟି ଘରେ ମଧ୍ୟ ନିଆଁ ଲାଗିଯାଇଥିଲାା

ସିଲିଣ୍ଡରରେ ନିଆଁ ଲାଗିଥିବା ଖବର ଜାଣି ସାହିର ଶତାଧିକ ଲୋକ ଏକତ୍ରିତ ହୋଇଥିଲେ ମଧ୍ୟ ନିଆଁ ଲିଭାଇବାକୁ ସାହସ କରିପାରିନଥିଲୋ କିଛି ସମୟ ପରେ ଗ୍ୟାସ ସିଲିଣ୍ଡରଟି ଫାଟି ଯେତେବେଳେ ପ୍ରବଳ ସାଉଣ୍ଡ ହୋଇଥିଲା ଓ ହୁତୁହୁତୁ ହୋଇ ନିଆଁ ଲାଗିବାକୁ ଆରମ୍ଭ ହେଲା ସେତେବେଳେ ଆଉ କିଛି ବିପଦ ନାହିଁ ବୋଲି ଭାବି ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଘର ଉପରେ ଓ ଭିତରେ ନିଆଁକୁ ଆୟତ କରି ପାରିଥିଲୋ ନିଆଁ ଲାଗିବା ଜାଣି ସାହି ରେ ଥିବା ଅନେକ ଲୋକ ନିଜ ନିଜ ଆସବାବ ପତ୍ର ସହ ଘରର ଜିନିଷପତ୍ର ଗୁଡିକ ବାହାର କରିଦେଇଥିଲୋ

କିଛି ସମୟ ମଧ୍ୟରେ କୁଟିଙ୍ଗା ସରପଞ୍ଚ ନିରୁପମା ୱାଡେକା ଖବର ଜାଣିବା ମାତ୍ରେ ନିଜେ ଅଗ୍ନିଶମ କାର୍ଯ୍ୟାଳୟକୁ ପହଞ୍ଚି ଖବର ଦେଇଥିଲେ। ଅଗ୍ନିଶମ ଗାଡି ଗାଁରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ ଘଟଣା ଅନୁଧ୍ୟାନ କରିବା ସକାଶେ ଅତିରିକ୍ତ ତହସିଲଦାର୍‌ ମାନସ ରଞ୍ଜନ ମାନସେଠ୍‌, ଲକ୍ଷ୍ମୀପୁର ସବ-ଇନିସପେକଟର ହେମନ୍ତ କୁମାର ମାଝୀ ପ୍ରମୁଖ ପହଞ୍ଚିଥିଲୋ

ସମ୍ବନ୍ଧିତ ଖବର