କୋରାପୁଟ: ବ୍ରିଜ ଉପରେ ଅସମତଳ ଗର୍ତ୍ତ, ବାଇକ୍‌ରୁ ଖସି ପଡି ମହିଳାଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ଗାଁ ବ୍ରିଜ ଉପରେ ଚଳନ୍ତା ବାଇକ୍‌ରୁ ଖସି ପଡିବାରୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିା ସୂଚନା ମୁତାବକ କୋରାପୁଟ ଟିକିରା ସାହିର ସଞ୍ଜିବ ମହାପାତ୍ର ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ସବିତା ମହାପାତ୍ରଙ୍କ ସହ କୋରାପୁଟରୁ ରାୟଗଡା ନିଜ ସଡୁଙ୍କ ଘରକୁ ହୋଣ୍ଡା ସାଇନ୍‌ ମୋଟର ସାଇକେଲ୍‌ରେ ବାହାରିଥିଲୋ ପ୍ରାୟ ୫୦ କିଲୋମିଟର ଅତିକ୍ରମ କରିବା ପରେ ଡୁମୁରିପଦର ପୋଲ ଉପରେ ଥିବା ଅସମତଳ ଗର୍ତରେ ମୋଟର ସାଇକେଲ୍‌ ଟି ଝୋଲ ମାରିଥିଲା ଓ ତାଙ୍କ ସ୍ତ୍ରୀ ଚଳନ୍ତା ମୋଟର ସାଇକେଲ୍‌ରୁ ପଡିଯାଇଥିଲୋ ସଞ୍ଜିବ ସଙ୍ଗେ ସଙ୍ଗେ ମୋଟର ସାଇକେଲ୍‌କୁ ରଖି ଗୁରୁତ୍ୱର ଥିବା ସ୍ତ୍ରୀକୁ ଧରି ଚିତ୍କାର କରୁଥିବା ବେଳେ ତାଙ୍କ ପଛରେ ଆସୁଥିବା ଏକ ଅଟୋ ଯୋଗେ ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ଆଶିଷ ନିଳମାଧବ ମହିଳାଙ୍କୁ ମୃତ ଘୋଷଣା କରିଥିଲୋ

ମୃତ ମହିଳାଙ୍କ ସ୍ୱାମୀଙ୍କ କହିବା ମୁତାବକ ରାୟଗଡା ନ୍ୟୁ କଲୋନି ତାଙ୍କ ଶ୍ୱଶୁର ଘର। ଶାଶୁ-ଶ୍ୱଶୁରଙ୍କ ପରଲୋକ ହୋଇଯାଇଛି। ସଡୁ ରାୟଗଡାରେ ରହନ୍ତି, ତାଙ୍କ ସଡୁଙ୍କ ମା’ ସୋମବାର ଶ୍ରାଦ୍ଧ ଥିବା ହେତୁ ସେ ସଡୁଙ୍କ ଘରକୁ ଯିବା ସକାଶେ ସ୍ତ୍ରୀଙ୍କ ସହ ବାହାରିଥିଲେ। ଏପରିକି ସୋମବାର ଭାରତ ବନ୍ଦ ଥିବା କାରଣରୁ ବାଧ୍ୟ ହୋଇ ରବିବାର ଦିନ ବାହାରିପଡିଥିବା ସେ ପ୍ରକାଶ କରିଥିଲୋ

ଭଉଣୀର ଶାଶୁଙ୍କ ଶ୍ରାଦ୍ଧକ୍ରିୟାରେ ଯୋଗଦେବାକୁ ଦିନକୁ ଆଗରୁ ବାହାରିଥିବା ମହିଳା ନିଜେ ଆକସ୍ମିକ ଦୁର୍ଘଟଣାରେ ଶବପାଲଟି ଯିବେ କେହି ବି ଚିନ୍ତା କରିନଥିବା ବେଳେ ତାଙ୍କର ଦୁଇଟି ଝିଅ ଅନାଥ ହୋଇଗଲେ କହି ସ୍ୱାମୀ ବୁକୁଫୁଟା କାନ୍ଦୁଥିବା ଦୃଶ୍ୟ ଡାକ୍ତରଖାନାରେ ଶୋକାକୁଳ ପରିସ୍ଥିତି ସୃଷ୍ଠି କରିଥିଲାା ଅନ୍ୟପଟେ ଜାତୀୟ ରାଜପଥ ୩୨୬ରେ ରହିଥିବା ଡୁମୁରିପଦର ପୋଲ ଉପରେ ଦିର୍ଘଦିନ ହେଲା ଅସମତଳ ଗର୍ତ ହୋଇକି ରହିଥିଲେ ମଧ୍ୟ ଜାତୀୟରାଜପଥ ଦାୟିତ୍ୱରେ ଥିବା ସରକାରୀ ବାବୁ ମାନଙ୍କର ଦୃଷ୍ଠି ପଡୁନଥିବା କାରଣରୁ ଏପରି ଦୁର୍ଘଟଣା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର