ଦୁଇଟି ସ୍ଥାନରୁ ଲୁଟ: ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀ ଓ ଗଳାକାଟି ଏଲ୍‌ଆଇସି ଏଜେଣ୍ଟଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କା

କୋଣାର୍କ/ରାୟଗଡ଼ା: ପୁରୀ ଜିଲ୍ଲା କୋଣାର୍କର କାକଟପୁର-ବାଜପୁର ରାସ୍ତାରେ ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ କରି ୪ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସମାନ ଘଟଣା ରାୟଗଡାରେ ଘଟିଛି। ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କ ଗଳାକାଟି ଦୁର୍ବୃତ୍ତ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଆରୋହଣ ନାମକ ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀ ଅମିର ଦଳବେହେରା ଓ ସୋମନାଥ ସାହୁଙ୍କ ଠାରୁ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା ଧରି କାକଟପୁର-ବାଜପୁର ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ବାଜପୁର ବିୟର ବାର୍‌ ନିକଟରେ ୨ଟି ବାଇକ୍‌ରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ବନ୍ଧୁକରେ ଫାଇନାନ୍ସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଠାରୁ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏହି ଲୁଟ ଘଟଣା ସମ୍ପର୍କରେ କାକଟପୁର ପୁଲିସ ଖବର ପାଇବା ପରେ ତନାଘନା ଆରମ୍ଭ କରିଛି।

ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଧମଲିଆ ନିକଟରେ ଘଟିଛି। ଜଣେ ଏଲଆଇସି ଏଜେଣ୍ଟଙ୍କ ଗଳା କାଟି ଦୁର୍ବୃତ୍ତ ଦେଢ଼ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର