ମାଲକାନଗିରି: ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ୩ ଜଣ ଶିଶୁ ଶ୍ରମକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ଅଧିକାରୀ ନାରାୟଣ ଦାସ, ଚାଇଲ୍ଡ ଲାଇନ ସଦସ୍ୟା ସୁକାନ୍ତୀ ବିଶ୍ୱାଳ ଓ ରିଙ୍କୁ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟେ ନିର୍ମାଣ ହେଉଥିବା ଏକ କୋଠାଘରରୁ ଏହି ତିନି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଜିଲ୍ଲା ଶିଶୁ ଅଧିକାରୀ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଏମାନଙ୍କର ବୟସ ଯାଞ୍ଚ ପରେ କୋଠାଘର ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ପ୍ରକାଶଥାଉକି ଜିଲ୍ଲାରେ ଠିକାଦାରମାନେ କମ୍ ଟଂକାରେ ଶିଶୁ ଶ୍ରମିକଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି। ଏହାକୁ ରୋକିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଘନ ଘନ ଚଢାଉ ଜାର ରଖିଛି।
Leave A Reply
1 Comment
at Most of the Kendu leaf godowns (Phadis) the forest officials engage Child labors. Special story is needed on the issue.