ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନ:ବିଜେପିଠାରୁ ଆସନ ଛଡ଼ାଇ ଆଣିଲା ବିଜେଡି

କୁତୁଲୁଙ୍କୁ ୪୨୧୨ ଭୋଟ୍‌ରେ ହରାଇଲେ ରଘୁନାଥ:ଜେଏମ୍‌ଏମ୍‌ ତୃତୀୟ ସ୍ଥାନରେ, କଂଗ୍ରେସ ଧରାଶାୟୀ

କପ୍ତିପଦାର ମଝିଗଡ଼ିଆ ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ (ଫଟୋ) ରାଇରଙ୍ଗପୁର/ବିଜାତଳା,: ବରଗଡ଼ର ବିଜେପୁର ପରେ ଏବେ ମୟୂରଭଞ୍ଜର ବିଜାତଳା। ପୁଣିଥ‌େ‌ର ଉପନିର୍ବାଚନରେ ବାଜି ମାରିଲା ଶାସକ ବିଜୁ ଜନତା ଦଳ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ନ˚. ଜିଲ୍ଲା ପରିଷଦ ଜୋନ୍‌ ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଲାଗିରହିଥିବା ଉତ୍କଣ୍ଠାର ଅନ୍ତ ଘଟିଛି। ଗତ ୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ ହୋଇଥିବା ବିପର୍ଯ୍ୟୟକୁ ଭୁଲି ବିଜେଡି ପୁଣି ବଜୟ ଧାରାକୁ ଫେରିଛି। ବିଜେପି ହାତରୁ  ଉକ୍ତ ଜିଲ୍ଲା ପରିଷଦ ଆସନକୁ ଛଡ଼ାଇ ନେଇଛି।  ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ ୪୨୧୨ ଭୋଟର ବୃହତ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ କୁତୁଲୁ ହାଁସଦାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ପ୍ରୟୋଗଶାଳା କୁହାଯାଉଥିବା ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଜେଡିର ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟରେ ରହିଥିବା ବିପୁଳ ସମର୍ଥନର ସଙ୍କେତ ଦେଇଛି। ତେବେ ଜିଲ୍ଲାର କପ୍ତିପଦା ବ୍ଲକ୍ ଅନ୍ତର୍ଗତ ମଝିଗଡିଅା ସରପଞ୍ଚ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବାପୁଜୀ ପଢିଅାଳ ବିଜେଡି ସମର୍ଥିତ ପ୍ରାର୍ଥୀ ଶାନ୍ତିଲତା ନାଏକଙ୍କୁ ୮୨୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜାତଳା ବ୍ଲକ୍‌ର ୩୨ନ˚. ଜିଲ୍ଲା ପରିଷଦ ଆସନରେ ବିଜେପି ପ୍ରାର୍ଥୀ ୧୭୪୬ ଭୋଟରେ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ। ସେତେବେଳେ ବିଜେପି ପ୍ରାର୍ଥୀଙ୍କୁ ୬୯୨୦ ଖଣ୍ତ, ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କୁ ୫୧୭୪ ଖଣ୍ତ, ବିଜେଡି ପ୍ରାର୍ଥୀଙ୍କୁ ୩୨୨୧ ଖଣ୍ତ ଭୋଟ୍‌ ମିଳିଥିବା ବେଳେ କ˚ଗ୍ରେସକୁ ୩୨୧ ଖଣ୍ତ ଭୋଟ୍‌ ମିଳିଥିଲା। ମାତ୍ର ଏହି ଉପନିର୍ବାଚନରେ ଫଳାଫଳ ଓଲଟି ଯାଇଥିବା ଦେଖିବାକୁ ମିଳିଛି। ଆଜି ବିଜେଡି ପ୍ରାର୍ଥୀ ରଘୁନାଥଙ୍କୁ ମୋଟ୍‌ ୮୮୭୫ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବିଜେପିର କୁତୁଲୁଙ୍କୁ ୪୬୬୩ ଖଣ୍ତ ଭୋଟ୍‌ ମିଳିଛି। ଗତଥର ଦ୍ବିତୀୟ ସ୍ଥାନରେ ଥିବା ଜେଏମ୍‌ଏମ୍‌ ମାତ୍ର ୨୭୬୮ ଖଣ୍ତ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ପହଞ୍ଚିଯାଇଛି। କିନ୍ତୁ କ˚ଗ୍ରେସର ଅବସ୍ଥା ଗତଥର ତୁଳନାରେ ଆହୁରି ଖରାପ ହୋଇଯାଇଛି।  ଏଥର କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁଙ୍କୁ ୧୬୬ଖଣ୍ଡ ଭୋଟ ମିଳିଛି।

ଆଜି ସକାଳ ୮ଟାରୁ ବିଜାତଳା ବ୍ଲକ ପରିସରରେ ଭୋଟ ଗଣତି ଆରମ୍ଭ ହୋଇ ସ˚ଧୢା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ମତଗଣନା କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ରାଜନୈତିକ ଦଳର କର୍ମୀଙ୍କ ଉତ୍କଣ୍ଠା ଅଧିକ ବଢ଼ି ଚାଲିଥିଲା। ମୋଟ୍‌ ୧୭,୭୬୧ ଜଣ ମତଦାନ କରିଥିବା ବେଳେ ୫୭୬ଖଣ୍ତ ନାକଚ ହୋଇ ଯାଇଥିଲା। ବିଜେଡିର ରଘୁନାଥ ମାଝୀଙ୍କୁ ରାଇହରି ପଞ୍ଚାୟତରୁ ସର୍ବାଧିକ ୨୭୮୫ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବଣକାଟି ପଞ୍ଚାୟତରୁ ୨୬୪୩ ଖଣ୍ତ, ବିଜାତଳା ପଞ୍ଚାୟତରୁ ୧୨୭୭ଖଣ୍ତ, ମୁଣ୍ତାଠାକୁରା ପଞ୍ଚାୟତରୁ ୧୧୨୨ଖଣ୍ତ ଓ ଲୁହାଶିଳା ପଞ୍ଚାୟତରୁ ୧୦୪୮ଖଣ୍ତକୁ ମିଶାଇ ମୋଟ୍‌ ୮୮୭୫ଖଣ୍ତ ଭୋଟ୍‌ ମିଳିଥିଲା। ସେହିପରି ବିଜେପିର କୁତୁଲୁ ହାଁସଦାଙ୍କୁ ବଣକାଟିରୁ ୧୩୩୯ଖଣ୍ତ, ବିଜାତଳାରୁ ୮୦୩ଖଣ୍ତ, ରାଇହରିରୁ ୧୦୧୯ଖଣ୍ତ, ମୁଣ୍ତାଠାକୁରା ୧୦୮୭ଖଣ୍ତ, ଲୁହାଶିଳାରୁ ମାତ୍ର ୪୧୫ଖଣ୍ତ ଭୋଟ୍‌କୁ ମିଶାଇ ମୋଟ୍‌ ୪୬୬୩ଖଣ୍ତ ଭୋଟ୍‌ ମିଳିଥିଲା। ସେହିପରି ଜେଏମ୍‌ଏମ୍‌ର ମୀନା ସୋରେନଙ୍କୁ ବଣକାଟିରୁ ୧୦୭୫, ବିଜାତଳାରୁ ୪୯୫, ରାଇହରିରୁ ୪୫୫ଖଣ୍ତ, ମୁଣ୍ତାଠାକୁରାରୁ ୫୧୨ଖଣ୍ତ, ଲୁହାଶିଳାରୁ ୨୩୧ଖଣ୍ତକୁ ମିଶାଇ ମୋଟ୍‌ ୨୭୬୮ଖଣ୍ତ ଭୋଟ୍‌ ପଡ଼ିଥିଲା। କ˚ଗ୍ରେସର ସୁଦର୍ଶନ ମୁର୍ମୁଙ୍କୁ ମୋଟ୍‌ ୧୬୬ଖଣ୍ତ ଭୋଟି ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଆଇଁଠୁ ଟୁଡୁଙ୍କୁ ୧୨୦ଖଣ୍ତ, କାହ୍ନୁ ବାସ୍କେଙ୍କୁ ୨୩ଖଣ୍ତ, ଯଦୁନାଥ ଟୁଡୁଙ୍କୁ ୩୬ଖଣ୍ତ, ରାମ ରାଜେଶ ସୋରେନଙ୍କୁ ୨୫ଖଣ୍ତ, ଶାଙ୍ଖ ମାଣ୍ତିର୍ିଙ୍କୁ ୧୩୪ଖଣ୍ତ, ସୂର୍ଯ୍ୟ ହେମ୍ବ୍ରମ୍‌ଙ୍କୁ ୩୭୫ଖଣ୍ତ ଭୋଟ୍‌ ମିଳିଥିଲା।

ମତ ଗଣନା କାର୍ଯ୍ୟ କରିଚାଳନାରେ ୩୨ନ˚. ଜିଲ୍ଲା ପରିଷଦ ଜୋନ୍‌ର ନିର୍ବାଚନ ଅଧିକାରୀ ଭାବେ ବିଡିଓ ଜୟକୃଷ୍ଣ ପାତ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ବାମନଘାଟୀ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସି˚ ଲାଗୁରୀ, ବିଜାତଳା ତହସିଲଦାର ପ୍ରତିଭା ପୃଷ୍ଟି, ରାଇରଙ୍ଗପୁର ଏଏସ୍‌ପି ଅଶୋକ କୁମାର ପଟ୍ଟନାୟକ, ଏସ୍‌ଡିପିଓ ଅମୂଲ୍ୟ କୁମାର ଧର, ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, ତିରି˚ ସୁଦର୍ଶନ ଗାଙ୍ଗୋଇ, ବହଳଦା ଥାନାଧିକାରୀ ବୀରେନ୍ଦ୍ର ସେନାପତି, ଓଆଇସି ଫନୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବୃହତ ଭୋଟ୍‌ ବ୍ୟବଧାନରେ ବିଜେପିକୁ ହରାଇଥିବାରୁ ଆଜି ବିଜାତଳା ବ୍ଲକ ସମ୍ମୁଖରେ ବିଜୟ ଉତ୍ସବ ପାଳିଛନ୍ତି ହଜାର ହଜାର ବିଜେଡି ସମର୍ଥକ। ତେବେ ବିଜେପିର ନେତା ଓ କର୍ମୀ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। କେତେକ ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା ପରେ ପୁନଃମତଦାନ ପାଇଁ ବିଜେପି ନେତୃବର୍ଗ ଦାବି କରିଆସୁଥିଲେ। ତେବେ ଭୋଟ ଗଣତିର ପ୍ର୍ରାରମ୍ଭିକ ପର୍ଯ୍ୟାୟରୁ ବିଜେଡି ବିପୁଳ ବ୍ୟବଧାନରେ ବିରୋଧୀ ବିଜେପି ଓ ଜେଏମ୍‌ଏମ୍‌ ଠାରୁ ଆଗେଇ ଚାଲିବାର ଦେଖି ବିରୋଧୀଙ୍କ ମନୋବଳ ଭାଙ୍ଗିଯାଇଥିବା ଚର୍ଚ୍ଚା ହେଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ପୁଲିସ୍‌ ଅଧିକାରୀମାନେ ପରିସ୍ଥିତିକୁ ଆୟତ୍ତ କରିଥିଲେ।

ଫଳାଫଳ ଘୋଷଣା ସମୟରେ ବିଜେଡି ଜିଲ୍ଲା ପରିଷଦ ବିଜୟୀ ପ୍ରାର୍ଥୀ ରଘୁନାଥ ମାଝୀଙ୍କ ସହିତ ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ବାଙ୍ଗରିପୋଷି ବିଧାୟକ ସୁଦାମ ମାରଣ୍ତି, ଏସ୍‌ଡିସି ଅଧୢକ୍ଷ ଡା. ଦେବାଶିଷ ମୁର୍ମୁ, ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦା, ବିଜାତଳା ବ୍ଲକ ଅଧୢକ୍ଷ ନିମାଇଁ ଚରଣ ମୁର୍ମୁ, ବିଜାତଳା ବ୍ଲକ ବିଜେଡି ସଭାପତି ସୁପାଇ ଟୁଡୁ, ରାଜ୍ୟ ଛାତ୍ର ବିଜେଡି ମହାସଚିବ ହରିଶଙ୍କର ରାଉତ, ଜିଲ୍ଲା ମୁଖ୍ୟପାତ୍ର ରତିକାନ୍ତ ପରୀକ୍ଷା, ଯୁବ ସାଧାରଣ ସ˚ପାଦକ ଚକ୍ରଧର ହେମ୍ବ୍ରମ୍‌, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ମହାନ୍ତ, ବିସିଜେଡି ଜିଲ୍ଲା ସଭାପତି ବିକାଶ ମହାନ୍ତ ତଥା ବିଭିନ୍ନ ବ୍ଲକରୁ ଆସିଥିବା ବହୁ ବିଜେଡି ନେତାମାନେ ଉପସ୍ଥିତ ରହି ବିଜୟ ଉତ୍ସବ ମନାଇଥିଲେ।

ସମ୍ବନ୍ଧିତ ଖବର