ଡେଙ୍ଗୁ ରୋଗୀ ଚିହ୍ନଟ

ବାରିପଦା: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ହାତୀଗଡ଼ ଅଞ୍ଚଳର ନମାଣିଆ ଗ୍ରାମର ମୁଚିଆ ମାରାଣ୍ତି(୪୫) ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କିଛି ଦିନ ତଳେ ମୁଚିଆ ଅସୁସ୍ଥତା ଅନୁଭବ କରିବାରୁ ରାଇବଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଡେଙ୍ଗୁ ପଜିଟିଭ୍‌ ଆସିଥିଲା। ତେଣୁ ତୁରନ୍ତ ତାଙ୍କୁ ଗୁରୁବାର ରାତି ପ୍ରାୟ ସାଢେ଼ ଆଠଟାରେ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଘରୋଇ ହସ୍ପିଟାଲ୍‌ରେ ଡେଙ୍ଗୁ ବାହାରିଥିବା ଡାକ୍ତରଙ୍କୁ କହିବା ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ନିଆଯାଇଛି।

ସମ୍ବନ୍ଧିତ ଖବର