ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀ ମୃତ୍ୟୁ ପ୍ରସଙ୍ଗ:କର୍ତ୍ତବ୍ୟରେ ଅବହେଳା ‌ଯୋଗୁଁ ଜେଇ ନିଲମ୍ବିତ

ମୃତ ଦନ୍ତାର ଶବ ବ୍ୟବଚ୍ଛେଦ କଲା ବନବିଭାଗ

କୁଳିଅଣା: ଗତକାଲି ବାରିପଦା ବନଖଣ୍ଡର ଦେଉଳି ବନାଚଂଳ ଅଧିନସ୍ଥ ଚାନ୍ଦୁଅା ବନପାଳ ସେକ୍ସନ ଅନ୍ତର୍ଗତ ରଥଶୋଳ ବିଟ ସୁନାପୋଷୀ ଜଙ୍ଗଲ ନିକଟସ୍ଥ ଚାଷ ଜମି ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ୧୫/୧୬ ବର୍ଷ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ବନବିଭାଗ ଓ ନେସ୍‌କୋର କାର୍ଯ୍ୟ ଦକ୍ଷତାକୁ ଅାଙ୍ଗୁଳି ନିର୍ଦ୍ଦେଶ କରୁଛି ା ଘଟଣା ତଦନ୍ତ ପରେ କୁଳିଅଣା ନେସ୍‌କୋ ଜେଇ ପଦ୍ମକି‌େଶାର ଜେନାଙ୍କୁ ନିଲମ୍ବିତ କରାଯାଇଛି ବେଲି ଅଧୀକ୍ଷଣ ଯନ୍ତ୍ରୀ ରାବୀବ ନାୟକ ସୂଚନା ଦେଇଛନ୍ତି। ଏ ସଂପର୍କରେ ଦେଉଳି ରେଞ୍ଜରେ ୧୧୪ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ବନ ବିଭାଗ ୨.୪୩ ମିନିଟ ସମୟରେ ନେସ୍‌କୋ ସହକାରୀ ଯନ୍ତ୍ରୀଙ୍କୁ ବିଦ୍ୟୁତ୍‌ କାଟ କରିବା ପାଇଁ ମେସେଜ ପଠାଇଥିଲେ ା ହେଲେ ସେ ଅଚଂଳର ବିଦ୍ୟୁତ୍‌ କାଟ କରାଯାଇନଥିଲା ା ସନ୍ଧ୍ୟା ୬.୩୦ ମିନିଟ ସମୟରେ ଏହି ଦନ୍ତାହାତୀଟି ମୃତ୍ୟୁ ହୋଇଛି। ଏ ସମ୍ପର୍କରେ କୁଳିଅଣା ନେସ୍‌କୋ ଏସ୍‌ଡିଓ ସୁବ୍ରତ କୁମାର ଖଟୁଅାଙ୍କୁ ପଚାରିବାରୁ ସେ କହିଲେ ବନ ବିଭାଗ ପକ୍ଷରୁ ହାତୀ ଅାସିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ା ଏହି ହାତୀଦ୍ୱୟ ବିଗତ ୧୦ ଦିନ ଧରି ଚାନ୍ଦୁଅା ଥାନା ଅଚଂଳରେ ବିଭିନ୍ନ ଅଚଂଳରେ ପାଚିଲା ଧାନ ଫସଲ ନଷ୍ଟ କରୁଥିଲେ ା ବନ କର୍ମଚାରୀ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲେ ା ଅାଜି ମୃତ ହାତୀର ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସାଧିକାରୀ ଡ. ରାମଚନ୍ଦ୍ର ମହାନ୍ତି, ଡ. ସୁବାସ ତନ୍ଦ୍ର ମହାନ୍ତି ଓ ଡ. ବିକାନ ମୋହନ ପୋଥାଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରକାଶ ଥାଉ କି , ଗତବର୍ଷ ଠିକ୍‌ ଏହିପରିଭାବେ ବେତନଟୀ ରେଞ୍ଜ ଝାଡଜାମଦାରେ ମଧ୍ୟ ବିଦ୍ୟୁଥ୍‌ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର