ଅନିୟମିତତା ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ବର୍ଷେ ଜେଲ୍‌, ଲକ୍ଷେ ଟଙ୍କା ଜୋରିମାନା

ବାରିପଦା : ଆଜି ବାରିପଦା ଭିଜିଲାନ୍‌ସ କୋର୍ଟ ଜଜ୍‌ ତାରାପ୍ରସାଦ ରଥ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କରେ ହୋଇଥିବା ଅନିୟମିତତା ମାମଲାର ଶୁଣାଣି କରି ପୂର୍ବତନ ବିଧାୟକ ତଥା ବ୍ୟାଙ୍କର ପୂର୍ବତନ ସଭାପତି ବିମଳଲୋଚନ ଦାସ ଏବଂ ସେହି ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ ରଂଜିତ୍‌ ଧୀରଙ୍କୁ ବର୍ଷେ ଲେଖାଏଁ ଜେଲଦଣ୍ଡ ସହ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ଶୁଣାଣି କରିଛନ୍ତି।

ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅର୍ଥ ହେରଫେର୍‌ ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ବିମଳ ଲୋଚନ ଦାସ ଓ ବ୍ୟାଙ୍କର କର୍ମଚାରୀ ରଂଜିତ ଧୀରଙ୍କ ନାମରେ ଗତ ୨୦୦୯ ମାର୍ଚ୍ଚ ୨୧ ତାରିଖ ଦିନ ବାଲେଶ୍ୱର ଭିଜିଲାନ୍‌ସ କୋର୍ଟ ପକ୍ଷରୁ ଏକ ମାମଲା (ଭିଜିଆର କେଶ୍‌ ନଂ ୧୩/୨୦୦୯) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଏହି ମାମଲାର ବିଚାର କରି ବାରିପଦା ଭିଜିଲାନ୍‌ସ କୋର୍ଟ ପିସି ଆକ୍‌ଟ ୧୩(୨) ଏବଂ ଆଇପିସିର ଧାରା ୧୨୦(ବି)ରେ ଦୁଇ ଆସାମୀଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ମମଲାଟିକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର