ପାଠପଢ଼ା ଛାଡ଼ି ବିଦ୍ୟାଳୟର କଠୋରି ଓ ପାଚେରି ରଙ୍ଗ କାମ କଲେ ୨ ନାବାଳକ ଛାତ୍ର

ବିନିକା: ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ କରୁଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସିନ୍ଦୂରପୁରସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର କଠୋରି ଓ ପାଚେରିରେ ରଙ୍ଗ କାମ କରୁଛନ୍ତି ୨ ଜଣ ନାବାଳକ ଛାତ୍ର। ସଂପୃକ୍ତ ୨ ଛାତ୍ର ସିନ୍ଦୂରପୁରସ୍ଥିତ ଗୋପାଳଜୀ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟର ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁସାରେ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଏବେ ରଙ୍ଗକାମ ଚାଲିଛି। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭୋଇ ଏହି କାମ କରିବା ପାଇଁ ୨ ଜଣ ନାବାଳକ ଛାତ୍ରଙ୍କୁ କହିଛନ୍ତି। ଏଥି ପାଇଁ ସେ ୧୮୦୦ ଟଙ୍କା ପାରିଶ୍ରମିକ ଦେବେ। ସେ କହିଛନ୍ତି କି ୨ ନାବାଳକ ଛାତ୍ର (ଜଣେ ୮ମ ଶ୍ରେଣୀ ଛାତ୍ର ଓ ଅନ୍ୟ ଜଣେ ଗତ ବର୍ଷ ୧୦ମ ଶ୍ରେଣୀର ଛାତ୍ର) କାମ କରିବାକୁ କହିଥିଲେ।

ଜଣେ ନାବାଳକର ଛାତ୍ରଙ୍କ ଅଭିଭାବକ କହିଛନ୍ତି, ସାଙ୍ଗର କହିବାରେ ପୁଅ ଦୁଇ ଦିନ ହେବ ପାଠ ପଢ଼ିବାକୁ ନ ଯାଇ ବିଦ୍ୟାଳୟରେ ରଙ୍ଗକାମ କରିଛି। ତେବେ ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ସେଠୀଙ୍କୁ ଟେଲିଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନାହିଁ।

ସୂଚନାଯୋଗ୍ୟ, ସରକାରୀ ପ୍ରାଥମିକ କେନ୍ଦ୍ର ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ମାତ୍ର ୧୨ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏଠାରେ ପ୍ରଧାନ ଶିକ୍ଷକଙ୍କ ସହ ସହଯୋଗୀ ଶିକ୍ଷକ ଯାଜ୍ଞସେନୀ ମଲ୍ଲିକ ପାଠ ପଢ଼ାନ୍ତି। ଆଜି (ଗୁରୁବାର) ବିଦ୍ୟାଳୟକୁ ୧୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥିଲେ।

ଆଜି (୨୦ ଫେବ୍ରୁଆରି ୨୦୨୦)ର ମଧ୍ୟାହ୍ନ ଭୋଜନ

-ଭାତ ଓ ଡାଲମା
-ଡାଲମା ପ୍ରସ୍ତୁତି ପାଇଁ ସାମଗ୍ରୀ
୧) ପ୍ରାୟ ୧୦୦ ଗ୍ରାମ ଡାଲି
୨) ଗୋଟିଏ ବିଲାତି
୩) ଗୋଟିଏ ବାଇଗଣ
୪) ଗୋଟିଏ ଆଳୁ

ସମ୍ବନ୍ଧିତ ଖବର