ଆଦିବାସୀ ଶିଶୁକନ୍ୟାକୁ ଦୁଷ୍କର୍ମ!, ମୋବାଇଲ ଦେଖାଇବା ପାଇଁ ଡାକିନେଇଥିଲା ପଡ଼ୋଶୀ ନାବାଳକ

ଦୁଷ୍କର୍ମ ପରେ ଚକୋଲେଟ ଖାଇବାକୁ ୨୦ ଟଙ୍କା ଦେଇ ଛାଡ଼ିଦେଲା

ସମ୍ବଲପୁର: ଆଦିବାସୀ ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ମୋବାଇଲ ଦେଖାଇବାକୁ କହି ଜଣେ ନାବାଳକ ଏହି କାମ କରିଛି। ୭ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଖବର ସମ୍ବଲପୁରରେ ପୁଣିଥରେ ଜନମାନସରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଧନୁପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ତେବେ ଧନୁପାଲି ପୁଲିସ୍‌ ଏସମ୍ପର୍କରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକ(୧୫)କୁ ରାଉରକେଲାସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଥିବା ଜଣାଯାଇଛି।

ସୂଚନା ମୁତାବକ, ଧନୁପାଲି ଥାନା ଅଞ୍ଚଳର ଆଦିବାସୀ ଶିଶୁକନ୍ୟାଟି ସୋମବାର ରାତିରେ ଘର ପାଖରେ ଖେଳୁଥିଲା। ଏହି ସମୟରେ ପଡ଼ୋଶୀ ନାବାଳକ ପୀଡ଼ିତାଙ୍କୁ ମୋବାଇଲ ଗେମ୍‌ ଦେଖାଇବା ପାଇଁ ଡାକି ନେଇଥିଲା। ନାବାଳକର ମାମୁଁ ଘର ଲୋକେ ସେହି ସମୟରେ ଡାକ୍ତରଖାନାକୁ ଯାଇଥିବାରୁ ତାହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକ ପୀଡ଼ିତାଙ୍କୁ ଉକ୍ତ ଘରକୁ ନେଇଯାଇ କବାଟ କିଳି ଦେଇଥିଲା। ଏହାପରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ବାହାରେ ଖେଳୁଥିବା ପୀଡ଼ିତାଙ୍କ ସାଙ୍ଗମାନେ ତାଙ୍କ ଚିତ୍କାର ଶୁଣି କବାଟ ବାଡ଼େଇଥିଲେ ମଧ୍ୟ ନାବାଳକ କବାଟ ଖୋଲିନଥିଲା। ଦୁଷ୍କର୍ମ ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ପରାମର୍ଶ ଦେଇ ପୀଡ଼ିତାଙ୍କ ହାତରେ ୨୦ ଟଙ୍କା ଗୁଞ୍ଜିଦେଇ ଚକୋଲେଟ କିଣିବୁ କହି ତାଙ୍କୁ ଘରେ ଆଣି ଛାଡ଼ି ଦେଇଥିଲା।

ପୀଡ଼ିତାଙ୍କ ପରିବାର ଲୋକେ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ସବୁ ଜାଣିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର