କଲେଜ ଛାତ୍ରୀଙ୍କୁ ଅସଦାଚରଣ:୩ ଜଣଙ୍କ ନାମରେ ଏତଲା

ଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲୀ ଅଞ୍ଚଳରେ ରହୁଥିବା ଜଣେ କଲେଜ ଛାତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି। ଏ ନେଇ ଛାତ୍ରୀ ଜଣକ ୩ଜଣ ଛାତ୍ରଙ୍କ ନାମରେ ମାଥିଲି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ଅଭିଯୋଗ ଅନୁଯାୟୀ, ଗୋବିନ୍ଦପାଲ୍ଲୀରେ ରହି ସ୍ଥାନୀୟ ବିଜ୍ଞାନ କଲେଜରେ ପାଠ ପଢୁଥିବା ଛାତ୍ରୀ ଜଣକ ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ପ୍ରାକ୍ଟିକାଲ କ୍ଲାସ କରିବାକୁ ଯିବା ସମୟରେ ମୁହଁରେ କପଡା ବାନ୍ଧି ଆସିଥିବା କଲେଜର ୩ଜଣ ଛାତ୍ର ହଠାତ୍‌ ପହଞ୍ଚି ତାଙ୍କୁ କଲେଜର ରୋଷେଇ ଘରକୁ ଟେକି ନେଇଥିଲେ। ଜୋର ଜବରଦସ୍ତି ତାଙ୍କ ପୋଷାକ ଖୋଲି ଉଲଗ୍ନ ଫଟୋ ଉଠାଇଥିଲେ। ଏହି ସମୟରେ କଲେଜର ଜଣେ ଅଧ୍ୟାପକ ପହଞ୍ଚି ଯିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ଠେଲାପେଲା କରିଥିଲେ। ଏହି କଥା ବାହାରେ ପ୍ରଘଟ କଲେ ଉଠାଇ ନେବୁ ବୋଲି ପୀଡିତା ଏବଂ ଅଧ୍ୟାପକଙ୍କୁ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ଅଭିଯୁକ୍ତ ଛାତ୍ର ସଂପୃକ୍ତ ଛାତ୍ରୀଙ୍କ ପାପୁଲିକୁ ବ୍ଲେଡରେ କାଟି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମାଥିଲି ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କେଶ ରୁଜୁ ହୋଇଥିବା କହିବା ସହ ତଦନ୍ତ ଚାଲିଛି। ତଦନ୍ତ ପରେ ସତ ପଦାକୁ ଆସିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର