ଝୁଲନ୍ତା ଶବ ଉଦ୍ଧାର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ଢାବାଗୁଡା ଗ୍ରାମର ଏକ ମକା ବାଡ ନିକଟରୁ ପୁଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଢାବାଗୁଡା ଗ୍ରାମର ଧନପତି ମୁଦୁଲି ବୋଲି ଜଣାପଡିଛି।  ସୂଚନା ଅନୁଯାୟୀ, ଧନପତି ମୁଦୁଲି ଓ ପତ୍ନୀ ନିଜ ମକା ବାଡରେ ଥିବା କୁଡିଆରେ ରହି ଫସଲ ଜଗୁଥିଲେ। ଆଜି ସକାଳୁ ଉଭୟେ ନିଜ ଘରକୁ ଆସି ନିତ୍ୟକର୍ମୀ ସାରି ପୁଣିଥରେ ମକାବାଡକୁ ଯାଇଥିଲେ। ପରେ ପତ୍ନୀଙ୍କୁ ମକା ଭାଙ୍ଗିବା ନିମନ୍ତେ ପଠାଇ ଦେଇ ଧନପତି କୁଡିଆରେ ରହି ପରେ ଆସିବି ବୋଲି କହିଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ଧନପତି ମକା ଭାଙ୍ଗିବାକୁ ନଆସିବାରୁ ପତ୍ନୀ ଖୋଜିବା ପାଇଁ କୁଡିଆକୁ ଯିବା ସମୟରେ ନିକଟରେ ଥିବା ଏକ ଗଛରେ ଧନପତିଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ମୃତ ଧନପପତିଙ୍କ ପୁଅ ଦିନବନ୍ଧୁ ଝରିଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର