ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର: ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମୋହୁଲପଦର ଠାରେ ୪୦୭ ଗାଡ଼ିର ଆଗ ଚକ ଫାଟିବା ଫଳରେ ମଙ୍ଗଳବାର ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକର ନାମ ରାମ କୁମ୍ଭାର(୨୧)। ଜି. କୋଣ୍ଡାଲ ରାଓଙ୍କ ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିଲେ। ୪୦୭ଟି ଆଜି ବାସିନି ଗ୍ରାମରୁ ବିରିଗୁଡ଼ାଗୁ କାଜୁମଞ୍ଜି ଆଣିବାକୁ ଯାଇଥିଲା। ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ହୋଇଥବା ବେଳେ ଡମ୍ବରୁ ଭତରା(୨୬), ବୁଟି କୁମ୍ଭାର (୪୦), ପୂର୍ଣ୍ଣଚନ୍ଦ୍ର ବିଷ୍ଣୋୟୀ(୩୧) ଓ ଲମ୍ବ ଭତରା(୨୧ ଡ୍ରାଇଭର) ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର