ନେମାଳ: ସାଇଡ୍‌ମରାକୁ କେନ୍ଦ୍ର କରି ଉତ୍ତେଜନା, ରାସ୍ତା ଅବରୋଧ, ପୋଡ଼ାଜଳା

0 267

ନେମାଳ: ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ଭଳି ଘଟଣା କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରରେ ଦେଖିବାକୁ ମିଳିଛି। ସାମାନ୍ୟ ସାଇଡ୍‌ ମରାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ହଜାର ହଜାର ଲୋକ ଏକତ୍ରୀତ ହୋଇ ରାସ୍ତା ଅବରୋଧ କରିବା ସହ ପୋଡାଜଳା କରିଛନ୍ତି। ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କାକୁଡିଆପଡ଼ାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତିକୁ ବହୁ ସଂଖ୍ୟାରେ ଲୋକ ଘେରି ରହିଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା, ନିଶ୍ଚିନ୍ତ କୋଇଲି, ନେମାଳ ଓ କିଷନ ନଗର ଥାନା ପୁଲିସ ପହଞ୍ଚି ଡିଏସ୍‌ପି ଆଲୋକ ରଞ୍ଜନ ରାୟଙ୍କ ନେତୃତ୍ୱରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ,ରାସ୍ତାରେ ଯାଉଥିବା ବେଳେ ସାଇଡ୍‌ ମରାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ଜଣେ କାକୁଡିଆପଦାରୁ ଆଉ କିଛି ଯୁବକଙ୍କୁ ଡ଼ାକି ଆଣି ବଚସା ଲାଗିଥିବା ଯୁବକଙ୍କ ଘରକୁ ଯାଇ ମାରପିଟ୍‌ କରିଥିଲା। ଏହି ମାରପିଟ୍‌ରେ ଜଣେ ମହିଳା ଓ ନାବାଳକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀମାନେ ମଧ୍ୟ ପହଞ୍ଚଯାଇଥିଲେ। ଗ୍ରାମାବାସୀ ଓ ବଜରଙ୍ଗ ଦଳର କର୍ମୀ ରାସ୍ତା ଅବରୋଧ କରିବା ସହ ପୋଡାଜଳା କରିଥିବା ଜଣାପଡ଼ିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.