ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି

ନୂଆପଡ଼ା: ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ବର୍ଷା ଋତୁରେ ପ୍ରାକୃତିକ ବିପର୍ଯ୍ୟୟରେ ସତର୍କ ରହିବାକୁ ସମସ୍ତ ବିଭାଗକୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ୩୫୩ ନଂ ଜାତୀୟ ରାଜପଥ କାମ ସରିନଥିବାରୁ ବର୍ଷା ଦିନରେ ଯାତାୟତର ସମସ୍ୟା ସୃଷ୍ଟି ହୋବ ଆଶଙ୍କା କରିଥିଲେ। ରାଜପଥର କୁରୁମପୁରୀ ଠାରୁ ତରବୋଡ଼ ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଏନ୍‌ଏଚ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ନୂଆପଡ଼ା ଜଳ ସେଚନ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ, ଅପର ଜୋଙ୍କ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ସମସ୍ତ କର୍ମଚାରୀଙ୍କୁ ସଜାଗ କରିବାକୁ କହିଥିଲେ। ଜିଲ୍ଲାର ଗମନା ଗମନ ଅସୁବିଧା ଅଞ୍ଚଳରେ ଆବଶ୍ୟକ ଖାଦ୍ୟ ସମାଗ୍ରୀ ଚୁଡ଼ା, ଗୁଡ଼, ବିସ୍କୁଟ, ମହମବତୀ, କିରୋସିନି ମହଜୁତ ରଖିବାକୁ ବୈଠକରେ ଜିଲ୍ଲାପାଳ କହିଥିଲେ।

ଜୁନ୍‌ ୧ରୁ ନଭେମ୍ବର ଶେଷ ସୁଦ୍ଧା ପ୍ରତିଦିନ ଦୈନିକ ବର୍ଷା ରିପୋର୍ଟ ବିଡିଓମାନେ ଜିଲ୍ଲା ଜରୁରିକାଳୀନ ଶାଖାକୁ ପଠାଇବା ସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସର୍ତ୍ତକ ରହି କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେବାକୁ କହିଥିଲେ। ବର୍ଷା ଦିନେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ପିଏଚସି, ସିଏଚସି, ଅଙ୍ଗନବାଡି କେନ୍ଦ୍ର, ଆଶାକର୍ମୀ ଠାରେ ଔଷଧ, ଓଆରଏସ ମହଜୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଡାଇରିଆ ବ୍ୟାପୁ ଥିବା ଅଞ୍ଚଳରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ। ବନ୍ୟ ସଂକ୍ରାନ୍ତିୟ କୌଣସି ଜିନିଷ ଜାଣିବାକୁ ଚାହିଁଲେ ଜିଲ୍ଲା ନୋଡ଼ାଲ ଅଫିସର ଏଡିଏମ ଓ ଜରୁରିକାଳିନୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଏହି ବୈଠକରେ ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ପରିଚାଳନା କରିଥିଲେ। ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ଖାମସିଂ ମାଝୀ, ଖଡ଼ିଆଳ ବ୍ଳକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ବିଡିଓ, ତହସିଲଦାର, ପିଡବ୍ଳୁଡି, ଆରଡି, ଜଳସେଚନ, ଯୋଗାଣ, ସ୍ୱାସ୍ଥ୍ୟ, ପାନୀୟ, ବିଦ୍ୟୁତ, କୃଷି ସମେତ ସମସ୍ତ ବିଭାଗ ଅଧିକାର ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର