ଦାଦନ ଦୁଃଖ: ଅଗ୍ରିମ ଟଙ୍କା ନ ଶୁଝିବାରୁ ସର୍ଦ୍ଦାର ବନ୍ଧା ରଖିଲା ଦୁଇ ନାବାଳିକା ଝିଅଙ୍କୁ

ନୂଆପଡ଼ା: ନୂଆପଡ଼ା ଥାନା ଅନ୍ତର୍ଗତ ଲୁକୁପାଲି ଗ୍ରାମର ସୀତାରାମ ରାଉତ ତାଙ୍କ ସ୍ତ୍ରୀ ଏବଂ ୨ ଝିଅଙ୍କୁ ଧରି ଗତ ଅକ୍ଟୋବର ମାସରେ ଜଣେ ଦଲାଲ ଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶକୁ ଯାଇଥିଲେ। ସେଠାରେ ସମସ୍ତେ ଇଟା ଗଢ଼ା କାମରେ ନିୟୋଜିତ ଥିଲେ। ହେଲେ ହଠାତ ସୀତାରାମଙ୍କୁ ଜ୍ୱର ହେବା ସହ ପେଟବ୍ୟଥା ହେଲା। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଗଲା। ହେଲେ କୌଣସି ସୁଫଳ ନ ମିଳିବାରୁ ଘରକୁ ଫେରି ଆସିବାକୁ ଇଟାଭାଟି ମାଲିକଙ୍କୁ କହିଲେ। କିନ୍ତୁ ସେମାନେ ନେଇଥିବା ଅଗ୍ରିମ ଟଙ୍କା ବାବଦକୁ କାମ ପୂରା ହୋଇ ନଥିବାରୁ ସର୍ଦ୍ଦାର ଏହି ଦମ୍ପତିଙ୍କୁ ଗାଁକୁ ପଠାଇ ଦେଇ ସେମାନଙ୍କ ନାବାଳିକା ଝିଅ (୧୭ ଓ ୧୪)ଙ୍କୁ ସେଠାରେ ବନ୍ଧକ ରଖିଛି। ସୀତାରାମ ବର୍ତ୍ତମାନ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି। ହେଲେ ଆନ୍ଧ୍ରରେ ବନ୍ଧା ପଡ଼ିଥିବା ଦୁଇଝିଅଙ୍କ ଅବସ୍ଥା କ’ଣ ହେବ ବୋଲି ଏହି ଦମ୍ପତିଙ୍କ ଚିନ୍ତା ଘାରିଛି। ବିଭାଗୀୟ ଅଧିକାରୀ ତୁରନ୍ତ ଏହି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର