ସାମାଜିକ ବାସନ୍ଦକୁ ନେଇ ହତ୍ୟା ମାମଲା:୫ ଅଭିଯୁକ୍ତ କୋର୍ଟ ଚାଲାଣ

ସିନାପାଲି: ସାମାଜିକ ବାସନ୍ଦକୁ କେନ୍ଦ୍ର କରି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ତାଲାକୋଟ ଗାଁର ଚଞ୍ଚରାପଡ଼ାରେ ଗତ ମଙ୍ଗଳବାର କାଠ ଫାଳିଆରେ ପିଟି ଲୋବନୀ ରାଉତ (୩୦) ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସ ଶୁକ୍ରବାର ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ମାମଲାର ଆଉ ୫ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଛତିଶଗଡ଼ ଧରୁଆପଡ଼ାର ଲୋବନୀ ରାଉତ ତାଙ୍କ ଭାଇ ଚଞ୍ଚରାପଡ଼ାର ଚଞ୍ଚଳ ରାଉତଙ୍କ ଝିଅର କୁଣ୍ଡାବରୀ ଉତ୍ସବକୁ ନିମନ୍ତ୍ରିତ ହୋଇ ଆସିଥିଲେ। ଏହି ସମୟରେ ବିରୋଧୀ ଗୋଷ୍ଠୀଙ୍କ ଆକ୍ରମରେ ଲୋବନୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର