ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

ନୂଆପଡ଼ା,: ଖରିଆର୍‌ ରୋଡ ଜୋଙ୍କ ଥାନା ଅନ୍ତର୍ଗତ ଚାଲମୁଣ୍ଡା ଗ୍ରାମ ନିକଟରେ ଥିବା ମଦଭାଟି କଡ଼ରୁ ଗତକାଲି ରାତିରେ ପୁଲିସ ଜଣେ ବ୍ୟକ୍ତି ମୃତ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ବୟସ ୫୦ ବର୍ଷ ହେବ ବୋଲି ଜୋଙ୍କ ପୁଲିସ ପ୍ରକାଶ କରିଛି। ବ୍ୟବ‌େଚ୍ଛଦ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିହ୍ନଟ ପାଇଁ ଶବ ରଖାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର