କୋରାପୁଟ: କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ପରିବହନ, ହାଇୱା ଧକ୍କାରେ ଯୁବକର ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଏନ୍‌ଏଚ୍‌ ଅବରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲ ଅନ୍ତର୍ଗତ କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ବୋଝେଇ ଏକ ହାଇୱା ଟିପର ଧକ୍କାରେ ଧାମନଗଣ୍ଡା ଗାଁର ଧର୍ମେନ୍ଦ୍ର ତୁରୁକ୍‌ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ମଙ୍ଗଳବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ବହୁ ସମୟ ଧରି ଅଟକି ରହିଥିଲା। ଲୋକଙ୍କର କହିବା ଅନୁସାରେ ଡ୍ରାଇଭରଙ୍କ ଦ୍ରୁତ ଗତିରେ ଗାଡ଼ି ଚଳାଇବା କାରଣରୁ ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩୨୬ ନମ୍ବର ଜାତୀୟ ରାଜପଥରେ ବେଆଇନ୍‌ ଭାବେ କୋଡିଙ୍ଗାମାଳି ପର୍ବତରୁ ଦୈନିକ ୩ଶହରୁ ଅଧିକ ପଥର ବୋଝେଇ ଟିପର ଲକ୍ଷ୍ମୀପୁର ଠାରୁ ରାୟଗଡା ମଧ୍ୟରେ ଯିବା ଆସିବା କରୁଛିା ବେପାରୁଆ ଗାଡିଚାଳନା ସହ ଅନଭିଜ୍ଞ ଡ୍ରାଇଭର ମାନଙ୍କୁ ଅତ୍ୟାଧିକ ଭାରିଯାନ ଚଲାଇବା ସକାଶେ ଅନୁମତି ଦିଆଯାଇଥିବା କାରଣରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସେମାନେ ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବି କରି ସୋମବାର ରାତି ୧୧ଟାରୁ କୋରାପୁଟ ରାୟଗଡାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ୧୬ ଘଣ୍ଟା ପରେ ଆବଶ୍ୟକ କ୍ଷତିପୂରଣ ସହ ମୃତ ଧର୍ମେନ୍ଦ୍ରଙ୍କ ବିଧବା ପତ୍ନୀଙ୍କୁ କଂପାନୀରେ ଚାକିରର ସୁଯୋଗ ସକାଶେ ଲିଖିତ ପ୍ରତିଶୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲାା

ସମ୍ବନ୍ଧିତ ଖବର