ନବରଙ୍ଗପୁର ଜିଲ୍ଲାରେ ପ୍ରଥମ: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ

ନବରଙ୍ଗପୁର: ଜଣେ ଝିଅ ହୋଇ ବାପାଙ୍କୁ ମୁଖାଗ୍ନି ଦେବା ଘଟଣା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଅଂଚଳର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଜେପି ସଭାପତି ଲୋକନାଥ ପାଳ (୬୦)ଙ୍କ ପରଲୋକ ପରେ ଆଇନ ଶିକ୍ଷାରେ ସ୍ନାତକୋତ୍ତର କରିଥିବା ତାଙ୍କର ଏକ ମାତ୍ର ଝିଅ ଶତାବ୍ଦୀ ପାଳ ନିଜ ବାପାଙ୍କୁ ମୁଖାଗ୍ନୀ ଦେଇଛନ୍ତି।

ପ୍ରକାଶ ଥାଉକି ଦିବଂଗତ ଲୋକନାଥ ପାଳ ଗତ କିଛିଦିନ ହେବ ଶାରିରୀକ ଅସୁସ୍ଥ ହୋଇ ପ୍ରଥମେ ନବରଙ୍ଗପୁର ଓ ପରେ ଜୟପୁରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ପୁଅ ନ ଥିବାରୁ ଏକମାତ୍ର ଝିଅ ମୁଖାଗ୍ନୀ ଦେଇଥିଲେ।

ତେବେ ଶ୍ମଶାନରେ ପିତାଙ୍କ ମରଶରୀର ଶତାବ୍ଦୀ ଯେତେବେଳେ ଅଗ୍ନିସଂଯୋଗ କରୁଥିଲେ ଶୋକାକୂଳ ପରିବେଶ ଦେଖା ଯାଇଥିଲା। ଉପସ୍ଥିତ ବନ୍ଧୁବର୍ଗ, ସଂପର୍କୀୟ ଓ ଜନତା ସ୍ତବ୍ଧ ପାଲଟି ଯାଇଥିଲେ। କାହାରି ମୁଖରୁ କଥା ବାହାରୁ ନ ଥିଲା। ସମସ୍ତଙ୍କ ଆଖିରୁ ଲୁହ ଗଡ଼ିଆସୁଥିଲା।

ସମ୍ବନ୍ଧିତ ଖବର