ଭଞ୍ଜନଗର:ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିବା କଏଦୀଙ୍କର ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସ୍କା ସବ୍‌ ଜେଲରେ ଏକ ଦୁଷ୍କର୍ମ ମାମଲାରେ ୭ ବର୍ଷ କାରାଦଣ୍ଡ ଭୋଗୁୁଥିବା ଜଣେ କଏଦୀଙ୍କର ଆଜି ସକାଳେ ଜେଲ ଭିତରେ ମୃତ୍ୟୁ ଘଟିଛି। ତାଙ୍କ ନାମ ନୀଳାଞ୍ଚଳ ସାହୁ(୪୨ ବର୍ଷ) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳାରେ ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୫ ବର୍ଷ ତଳେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଆସ୍କା ଜେଲରେ ବିଚରାଧୀନ କଏଦୀ ଥିବା ନୀଳାଞ୍ଚଳଙ୍କୁ ୩ ମାସ ତଳେ ୍ରାସ୍କା ସବ୍‌ ଜଜ୍‌ ୭ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଥିଲେ। ସେହିଦିନରୁ ଶ୍ରୀ ସାହୁ ଆସ୍କା ସବ୍‌ ଜେଲରେ ସଜା କାଟୁଥିଲେ। ତେବେ ଗତ କିଛି ଦିନ ହେବ ଶ୍ରୀ ସାହୁ ଅସୁସ୍ଥ ଥିଲେ ଓ ସେଥିରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର