ମହିଳା ନେତ୍ରୀଙ୍କୁ ୬ ରାଉଣ୍ଡ ଗୁଳିମାଡ଼

ପୁରୀ : ପୁରୀରେ ଆଜି ପୁଣି ବନ୍ଧୁକ ଗର୍ଜିଛି। ଗୁଳିକାଣ୍ଡର ଶିକାର ହୋଇଛନ୍ତି ଜଣେ ମହିଳା ନାରୀ ନେତ୍ରୀ ତଥା ପୌରପାଳିକାର ପୂର୍ବତନ କାଉନସିଲର ସତ୍ୟଭାମା ବେହେରା (୪୮)। ପ୍ରଥମ ଥର ପାଇଁ ଜଣେ ମହିଳା ନେତ୍ରୀଙ୍କ ଉପରକୁ ଛଅ ରାଉଣ୍ଡ ଗୁଳିମାଡ଼ ଘଟଣା ସମଗ୍ର ପୁରୀ ସହରକୁ ସ୍ତବ୍ଧ କରିଦେଇଛି। ବାସେଳି ସାହି ଥାନା ଅନ୍ତର୍ଗତ ଗୋଖା ସାହିରେ ଆଜି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସତ୍ୟଭାମାଙ୍କ ପେଟରେ ଗୁଳି ରହିଯାଇଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୁଲିସ ୩ଟି ଖୋକା ଓ ୪ଟି ଜୀବନ୍ତ ଗୁଳି ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଗୁଳିକାଣ୍ଡରେ ଆହତ ସତ୍ୟଭାମାଙ୍କ ଝିଅଙ୍କ କହିବା ମୁତାବକ, ତାଙ୍କ ମା ଦୋକାନ ସମ୍ମୁଖରେ ଝାଡୁ ମାରୁଥିବା ବେଳେ ସାହିର ସର୍ବେଶ୍ୱର ବେହେରା, ବିକାଶ ବେହେରା, ଦିବାନା ବେହେରା ଓ ରାଜୁ ବେହେରା ସେଠାରେ ପହଞ୍ଚିଥିଲେ ଏବଂ ସତ୍ୟଭାମାଙ୍କୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ଚଳାଇଥିଲେ। ସତ୍ୟଭାମାଙ୍କ ଉପରକୁ ପ୍ରାୟ ୬ ରାଉଣ୍ଡ ଗୁଳି ହୋଇଥିବା କୁହାଯାଉଛି। ଗୋଟିଏ ଗୁଳି ସତ୍ୟଭାମାଙ୍କ ପେଟରେ ବାଜିବାରୁ ସେ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡିଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର