ବିଡିଓଙ୍କୁ ଗୋବର ମାଡ଼ ଘଟଣା : ଜେଲ୍‌ ଗଲେ ୨ ବିଜେଡି ନେତା

କାକଟପୁର : କାକଟପୁର ବିଡିଓ ସନ୍ତୋଷ କୁମାର ସାହୁଙ୍କୁ ଗୋବର ମାଡ଼ ମାମଲାରେ ଆଜି କାକଟପୁର ପୁଲିସ୍‌ ଚଢ଼ଉ କରି ଶାସକ ବିଜେଡି ଦଳର ଦୁଇ ଜଣ ନେତାଙ୍କୁ ଧରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ବିଡିଓ ଶ୍ରୀ ସାହୁଙ୍କୁ ଗୋବର ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଧନିତ୍ରୀ ଗ୍ରାମର ଜ୍ଞାନ ରଂଜନ ମଲ୍ଲ ନାମକ ଜଣେ ଯୁବକକୁ ପୁଲିସ୍‌ ଧରିବାରେ ସକ୍ଷମ ହୋଇପାରି ନାହିଁ। ଅପରପକ୍ଷରେ ଉକ୍ତ ଘଟଣାରେ ସଂପୃକ୍ତି ଅଭିଯୋଗରେ ବିଜେଡି ନେତା ତଥା ପାଟସୁନ୍ଦରପୁର ସରପଞ୍ଚ ଦିଲ୍ଲିପ ଦଳେଇ ଏବଂ ବାଙ୍ଗୁରିଗାଁ ପଞ୍ଚାୟତ ସମିତି ସଭ୍ୟ ଅଭୟ ମଲ୍ଲଙ୍କୁ ଧରିବା ପାଇଁ ଗତକାଲି ରାତି ପ୍ରାୟ ୩ଟାରେ ବଡ଼କଣ ଏବଂ ଛୋଟିପଡା ଗ୍ରାମରେ ଚଢାଉ କରିଥିଲା। ଉକ୍ତ ଦୁଇ ନେତାଙ୍କୁ ସେମାନଙ୍କ ଘରୁ ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ କାକଟପୁର ଥାନାରେ ଗଣ୍ଡଗୋଳ ହେବା ଆଶଙ୍କା କରି ନିମାପଡ଼ା କୋର୍ଟକୁ ଚାଲାଣ କରିଥିଲା। ଅଦାଲତ ସେମାନଙ୍କ ଜାମିନ୍‌ ନାମଞ୍ଜୁର କରିଦେବା ପରେ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି। ବିଡିଓଙ୍କ ଅଭିଯୋଗ ଭିତ୍ତିରେ ସେମାନଙ୍କୁ ଗିରଫ କରାଯାଇଛି।

ତେବେ ଶାସକ ଦଳର ଏହି ଦୁଇ ନେତାଙ୍କୁ ଗିରଫ କରାଯିବା ନେଇ କାକଟପୁରରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର