ଯାଜପୁର: ଦୁଷ୍କର୍ମର ୧୩ ବର୍ଷ ପରେ ଶୁଣାଣି, ଦଷ୍କର୍ମକାରୀଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଯାଜପୁର: ଜଣେ ଅନୁସୂଚିତ ଜନଜାତି ସଂପ୍ରଦାୟର ବିବାହିତ ମହିଳାଙ୍କୁ ଅପହରଣ ଏବଂ ପରେ ଦୁଷ୍କର୍ମ ମାମଲାର ଶୁଣାଣି ୧୩ ବର୍ଷ ପରେ ଆସିଛି। ଯାଜପୁର ଜିଲା ଦୌରାଜଜ ବିରଂଚି ନାରାୟଣ ମିଶ୍ର ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋଟ ୧୨ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି ମଙ୍ଗଳବାର ଦୌରାଜଜ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ।

 

ଅଭିଯୁକ୍ତ ହେଲେ ପ୍ରଫୁଲ ମହାରଣା। ବର୍ଷ ୨୦୦୬ ଜାନୁଆରି ୨୫ରେ ଯାଜପୁର ରୋଡ ଥାନା ଅର୍ନ୍ତଗତ ସୋଲେଇ ଗାଁରେ ଜଣେ ଅନୁସୂଚିତ ଜନଜାତି ସଂପ୍ରଦାୟର ବିବାହିତ ମହିଳାଙ୍କୁ ଅଭିଯୁକ୍ତ ପ୍ରଥମେ ଅପହରଣ କରିବା ଓ ପରେ ବିଛାକାଟିଆ ଅଂଚଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ ଯାଜପୁରରୋଡ ଥାନା ସଲୋଇ ଅଞ୍ଚଳର ଜଣେ ବିବାହିତା ମହିଳା ନିଜର ବାପାଙ୍କ ଘରକୁ ଆସିଥିଲେ। ୨୦୦୬ ଜାନୁଆରି ୨୫ରେ ସେହି ଗ୍ରାମର ପ୍ରଫୁଲ ମହରଣା (୩୮) ଘରେ ମହିଳାଙ୍କୁ ଘରେ କେହି ନଥିବାରୁ ଏକାକୀ ପାଇ ଏକ ଟ୍ରକରେ ବସାଇ ଘର ଠାର ୪୦ କିମି ଦୂର ବିଛାକାଟିଆ ଅଞ୍ଚଳକୁ ନେଇ ଯାଇଥିଲା। ସେଠାରେ ମହିଳାଙ୍କୁ ଦୁଷ୍ମର୍ମ କରି ଛାଡି ଚାଲି ଆସିଥିଲା। ପରଦିନ ଅର୍ଥାତ ୨୬ ତାରିଖ ସଂଧ୍ୟାରେ ମହିଳା ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର