ନାଳ ପାର ହେଉଥିବା ବେଲେ ଭାସି ଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

0 170

ରାୟଗଡ଼ା: ନାଳ ପାରି ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗଡବାଗୁଡ଼ା ଗାଁର ଜଣେ ଯୁବକ ରବିବାର ଅପରାହ୍ନରେ ଭାସି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗୁଳୁ ପ୍ରାସ୍କା ନିଜ ଭାଇଙ୍କ ସହିତ ନାଳ ପାର ହେଉଥିବା ବେଳେ ବନ୍ୟା ଜଳ ଦ୍ୱାରା ଭାସି ଯାଇଥିଲେ। ଏସଂପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମଙ୍ଗୁଳୁକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମଙ୍ଗୁଳୁର କୌଣସି ଖବର ମିଳି ନାହିଁ।

ପ୍ରବଳ ବର୍ଷା ଯୋଗୁଁ ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ପାଇକଡାକ୍ରୁଗୁଡ଼ା-ହାଟମୁନିଗୁଡ଼ା ରସ୍ତାରେ ଥିବା ଏକ ଶଙ୍ଖପୋଲ ବା କଲଭର୍ଟ ଭାସି ଯାଇଛି। ଫଳରେ ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ଗତ ରାତି ୨ଟା ବେଳୁ ସମଗ୍ର ଜିଲ୍ଲାରେ ନିରଚ୍ଛିନ୍ନ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ବିଭିନ୍ନ ଅଞ୍ଚଳରେ ବିଲବାଡ଼ି ବୁଡ଼ି ଯିବା ସହ ବଂଶଧାରା ଓ ନାଗାବଳୀ ନଦୀ ବଢ଼ିଛି। ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ତିନି ଦିନ ଧରି ଲଘୁଚାପ ବର୍ଷା ଲାଗିରହିବ। ସତର୍କ ସୂଚନା ସ୍ୱରୂପ, ଜିଲ୍ଲାରେ ଥିବା କଲ୍ୟାଣ ବିଭାଗର ସମସ୍ତ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍‌ର ପିଲାମାନଙ୍କୁ ପଦାକୁ ନ ଛାଡ଼ିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ୍‌ ବିଶ୍ୱାଳ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.