ଥାନାରେ ଅଧ୍ୟାପକ-ଛାତ୍ରୀ ପରିବାର ମାରପିଟ୍ ଘଟଣା: ଉଭୟ ପକ୍ଷର ୪ ଗିରଫ

ରାୟଗଡା : ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ପ୍ରତାରଣା ଘଟଣାରେ ଗତକାଲି ଶେଷଖାଲ ଥାନାରେ ଶିକ୍ଷକ-ଛାତ୍ରୀ ପରିବାର ମଧ୍ୟରେ ହୋଇଥିବା ମାରପିଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାରେ ପୁଲିସ୍ ଧୀରେନ୍ ପଟ୍ଟନାୟକଙ୍କୁ, ଅଧ୍ୟାପକଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାରେ ଶିବ କୁମାର ପାତ୍ର, କ୍ରାନ୍ତି କୁମାର ବିଡିକା, ଗୋପୀନାଥ ମୁସିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି। ଆଜି ଅଧ୍ୟାପକ ଓ ପୀଡ଼ିତାଙ୍କ ଛାତ୍ରୀଙ୍କ ଡାକ୍ତରୀ ମାଇନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ସଂଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତା ଛାତ୍ରୀ ନିଜ ବୟାନ୍ ରଖିଛନ୍ତି।

ସମ୍ବନ୍ଧିତ ଖବର