ସରୁନି ଦାନ ମାଝୀର କାହାଣୀ! ପୁଣି ଏକ ଶବ ହେଲା ହୀନିମାନ

ମୁନିଗୁଡ଼ା: ଓଡ଼ିଶାରୁ ସରୁନି ଦାନ ମାଝୀ ସହ ଘଟିଥିବା ଭଳି ଘଟଣା !  କିଛି ଦିନ ଅନ୍ତରରେ ମୁଣ୍ଡ ଟେକୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଘଟଣା। ଘଟଣାଟି ହେଉଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର। ସଂପୃକ୍ତ ଅଞ୍ଚଳର ବାପ ଛେଉଣ୍ଡ ଜଣେ ୧୨ ବର୍ଷିଅ ପୁଅର ମୃତଦେହକୁ ମିଳି ନଥିଲା କାହାରି କାନ୍ଧ। ଫଳରେ ତାକୁ ଟ୍ରଲିରେ ଯିବାକୁ ପଡ଼ିଥିଲା ଶ୍ମଶାନ ପର୍ଯ୍ୟନ୍ତ।

ମୃତକ ପିଣ୍ଟୁ ମହାରଣାରଙ୍କ ବାପା ନ ଥିଲେ। ତାଙ୍କ ମାଆ ଛୋଟମୋଟ କାମ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ପିଣ୍ଟୁଙ୍କର ଜଣେ ଭଉଣୀ ଥିବା ସୂଚନା ମଧ୍ୟ ମିଳିଛି। ସେ  ଅକାଳ ମୃତ୍ୟୁର ଶିକାର ହେବା ପରେ ପୂରା ଗାଁରେ ଶୋକାକୁଳ ପରିସ୍ଥିତି ଉପୁଜିଛି।

ତେବେ, ଦୁଃଖ କଥା ହେଉଛି ପିଣ୍ଟୁ ଘରେ ସେପରି କୌଣସି ପୁୁରୁଷ ଲୋକ ନଥିବା ହେତୁ ତାଙ୍କ ଶବକୁ କାନ୍ଧ ଦେବାକୁ କେହି ଆସି ନଥିଲେ। ଗାଁ ଲୋକେ ତାଙ୍କ ଶବକୁ ଏକ ଟ୍ରଲିରେ ପକାଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର