ଶୋଚନୀୟ ହୋଇପଡ଼ିଛ ଗ୍ରାମ୍ୟ ସମସ୍ୟା

ପ୍ରହସନ ପାଲଟିଛି ଗାଁ କଲ୍ୟାଣ ସମିତି

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକର ଅଧିକଂଶ ଗ୍ରାମରେ ଗାଁ କଲ୍ୟାଣ ସମିତିର କାର୍ଯ୍ୟକଳାପ ବର୍ତ୍ତମାନ ପ୍ରହସନ ପାଲଟିଛି। କେବଳ କାଗଜ କଲମରେ ଗାଁ ଗୁଡିକର କଲ୍ୟାଣ ହେଉଥିବା ବେଳେ ବାସ୍ତବ ସ୍ଥିତି ଓଲଟା ହୋଇପଡ଼ିଛି। କଣ୍ଟାମାଳ ବ୍ଲକର ୨୪ଟି ପଞ୍ଚାୟତର ୪୦୮ ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୩୯୩ଟି ଗ୍ରାମରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ପ୍ରତ୍ୟେକ ଗାଁ କଲ୍ୟାଣ ସମିତିର ବିଭିନ୍ନ ଉନ୍ନତି ମୂଳକ କାମ ପାଇ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୧୦ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥାଏ।

ଯାହାକି ପରିବେଶ, ପରିମଳ ପାଇଁ ୨୦୦ ଟଙ୍କା, ସ୍ୱାସ୍ଥ୍ୟ ମେଳା ପାଇଁ ୧୦୦୦ ଟଙ୍କା, ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୨୫୦ ଟଙ୍କା, ପାନୀୟ ଜଳର ସୁବିଧା ପାଇଁ ୫୦୦ ଟଙ୍କା, ସ୍ୱାସ୍ଥ୍ୟ ଶିକ୍ଷାର ସଚେତନତା ପାଇଁ ୧୦୦୦ ଟଙ୍କା, ସାମାଜିକ ସମୀକ୍ଷା ପାଇଁ ୧୦୦ ଟଙ୍କା, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପ୍ରାପ୍ୟ ବାବଦକୁ ୧୫୦ ଟଙ୍କା, ଜନସ୍ୱାସ୍ଥ୍ୟ ପାଇଁ ୫୦୦ଟଙ୍କା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ୨୦୦ ଟଙ୍କା ଖର୍ଚ ହେବା କଥା। କିନ୍ତୁ ବାସ୍ତବରେ ଏସବୁ ଦିଗ ପ୍ରତିଧ୍ୟାନ ନଦେଉ ନଥିବା ଯୋଗୁଁ ଗାଁ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କଣ୍ଟାମାଳ ପଞ୍ଚାୟତ ସଦର ଗାଁର ୧ ନମ୍ବର ଓ୍ଵାର୍ଡର ଅବସ୍ଥା ଦୟନୀୟ ହୋଇପଡ଼ିଛି। ଓ୍ଵାର୍ଡରେ ଥିବା ନଳକୂଅ ଗୁଡିକର ଚାରିପାଖ ସଫା ସୁତୁରା ନରହିବା ଯୋଗୁଁ ଅନାବନା ଗଛ ହୋଇ ପରିବେଶ ଦୂଷିତ କରୁଛି। ଜନସାଧାରଣ ଏପରି ଅସ୍ୱାସ୍ଥ୍ୟ କର ପରିବେଶ ମଧ୍ୟରୁ ପାଣି ବ୍ୟବହାର କରିବା ଫଳରେ ନାନା ପ୍ରକାର ର ରୋଗରେ ପଡୁଥିବା ଏହି ଓ୍ଵାର୍ଡର ବୀରେନ୍ଦ୍ର ସାହୁ, ସନ୍ତୋଷ ରଥ, ସୁରେଶ ରଥ, ପୁରୁନ୍ଦର ଭୋଇ, ବିଶ୍ୱନାଥ ବାଘ, ମହେଶ୍ୱର ଜାଲ, ରବି ଘିବେଲା ଅଭିଯୋଗ କରିଛନ୍ତି। ଏବିଷୟ ରେ ବାରମ୍ବାର ପଞ୍ଚାୟତ ପ୍ରତିନିଧି, ଓ୍ଵାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ଲାଭ ମିଳିପାରି ନାହିଁ। ଗାଁ କଲ୍ୟାଣ ସମିତି ପକ୍ଷରୁ ଏ ଦିଗରେ ଧ୍ୟାନ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର