ଯାଜପୁର: କଂଗ୍ରେସ ଟିକେଟ ଫେରାଇଲେ ସୀତାକାନ୍ତ ମହାପାତ୍ର
ଯାଜପୁର: କଂଗ୍ରେସ ପକ୍ଷରୁ ବଡ଼ଚଣା ପାଇଁ ମିଳିଥିବା ଟିକେଟକୁ ସୀତାକାନ୍ତ ମହାପାତ୍ର ସୋମବାର ଫେରାଇ ଦେଇଛନ୍ତି। ଟିକେଟ ଫେରାଇବା ପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, ନିର୍ବାଚନ ପାଇଁ ଏମେ କମ ସମୟ ଅଛି ଏବଂ ଏହି ସମୟ ମଧ୍ୟରେ ଅନ୍ୟ ଦଳକୁ ମୁକାବିଲା କରିବା ସହଜ ନୁହେଁ। କଂଗ୍ରେସ ମୋତେ ଏପ୍ରିଲ ୭ରେ ଟିକେଟ ଦେଇଥିଲା। ଆଜି ଏହି ଟିକେଟକୁ ମୁଁ ଫେରାଇ ଦେଇଛି ବୋଲି ସେ କହିଛନ୍ତି। ନାମାଙ୍କନ ପାଇଁ ଏବେ ଆଉ ଗୋଟିଏ ଦିନ ବାକି ଅଛି, ଦଳ ଚାହିଁଲେ ଆଉ କାହାକୁ ଟିକେଟ ଦେଇ ପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ଟିକେଟ ପାଇ ମଧ୍ୟ ଏଥର ରାଜ୍ୟର ବଡ଼ ବଡ଼ ନେତାମାନେ ଖୁସି ଅନୁଭବ କରି ନଥିବା ଜଣାପଡ଼ିଛି। କାରଣ ପୂର୍ବରୁ ମଧ୍ୟ ବରିଷ୍ଠ ନେତାମାନେ କଂଗ୍ରେସ ଟିକେଟକୁ ଗୁରୁତ୍ୱ ଦେଇ ନାହାନ୍ତି। ପୂର୍ବରୁ ପିପିଲି ଆସନ ପାଇଁ ଟିକେଟ ପାଇଥିବା ଯୁଧିଷ୍ଠିର ସାମନ୍ତରାୟ ଟିକେଟ ଫେରାଇଥିଲେ। ସେହିପରି ରାଉରକେଲା ପାଇଁ ଟିକେଟ ପାଇଥିବା ମୁକ୍ତିକାନ୍ତ ବିଶ୍ୱାଳ ମଧ୍ୟ ଟିକେଟ ଫେରାଇ ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ। ତିର୍ତ୍ତୋଲରୁ ଟିକେଟ ପାଇଥିବା ବିଭୁ ପ୍ରସାଦ ତରାଇ ଟିକେଟ ପାଇ ମଧ୍ୟ ଦଳ ଛାଡ଼ିଥିଲେ।