କେନ୍ଦ୍ରାପଡ଼ା: ପୋଖରିରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜି ଜଣେ ଛାତ୍ର ପୋଖରିରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଦ୍ୱିତିକୃଷ୍ଣ ଦାସ।
କେନ୍ଦ୍ରାପଡ଼ା ପୌରାଞ୍ଚଳର ନସିଦପୁର ସାହିରେ ଦ୍ୱିତିକୃଷ୍ଣ ଦାସ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ୁଥିଲେ ଓ ନିକଟରେ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତ। ଦ୍ୱିତିକୃଷ୍ଣ କଲେଜରେ ନାମ ଲେଖାଇବାକୁ ଆବେଦନ କରିଛନ୍ତି। ଆଜି ସେ ତାଙ୍କ ବାଡ଼ିରେ ଥିବା ପୋଖରିରେ ଗାଧେଉଥିବା ବେଳେ ହଠାତ ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ସ୍ଥାନୀୟ ଲୋେକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧିତ ଖବର