ପୂର୍ବ କଂଗ୍ରେସ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ ବିଜେପିରେ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ଗ୍ରାମ ପଂଚାୟତ ଗଡ଼ିଆ ଠାରେ ବୁଧବାର ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ସଭାପତି ବିଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରର ମୋଦି ସରକାର କରିଥିବା ୧୦୭ଟି ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ଦଳର କାର୍ଯ୍ୟକର୍ତ୍ତାଙ୍କ ଧ୍ୟେୟ ହେବା ଉଚିତ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଳଦେବ ବେଦବାକ, ପ୍ରମୋଦ ମହାପାତ୍ର, ସୁରେଶ ମହଲା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରୁଦ୍ର କିଶୋର ମହଲା, ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ, ପୂର୍ଣ୍ଣଚନ୍ଦ୍ର ବିଶି, ଜିଲ୍ଲା ମିଡିଆସେଲ ପ୍ରଭାରୀ, କିଶୋର ହୋତା, ଅଶୋକ ପୂଜାରୀ, ନଳିନୀ ପଣ୍ଡା, ବିଷ୍ଣୁ ପ୍ରସାଦ କେଡ଼ିଆ, ଓମ ପ୍ରକାଶ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ। ଏହି ମିଶ୍ରଣ ପର୍ବରେ ସୋନପୁରର ପୂର୍ବ କଂଗ୍ରେସ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଲ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚାଷୀ ତଥା ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ନାରାୟଣପୁର ଜୋନଂରୁ କଂଗ୍ରେସ ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କରମଚାନ୍ଦ ମହାନ୍ତି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ।

ଏମାନଙ୍କ ସହିତ ଅବସରପ୍ରାପ୍ତ କର୍ମଚାରୀ ବିରଞ୍ଜି ମେହେର, ପୂର୍ବ ନାଏବ ସରପଂଚ ପରମା ମହାକୁର, କୁଶଲେ ତରିଆ, ନାରାୟଣ ପୋଢ଼, ଶ୍ୟାମ ମେହେର, ସାଧୁ ମେହେର, ଅଶୋକ ବଡ଼ମାଲି, ଭକ୍ତବନ୍ଧୁ ସେଠୀ, ପାଣ୍ଡବ ବେହେରା, ଏ.ଇ.ଏସ କଲେଜ ତରଭା ଛାତ୍ର ସଂସଦ ସମ୍ପାଦକ ରବୀନ୍ଦ୍ର ଆଡ଼ଯୁଆଡ଼ି ଓ ଛାତ୍ର ନେତା ପ୍ରିୟବ୍ରତ ତ୍ରିପାଠୀ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାମଶଙ୍କର ଭୋଇ, ନିରଂଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର