ବାଇକ୍‌ ସହ ଗଞ୍ଜେଇ ଜବତ,୨ଗିରଫ

ସୋନପୁର: ଗଂଜେଇ ଚୋରାଚାଲାଣ ଅଭିଯୋଗରେ ସୋନପୁର ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାଛଡ଼ା ସେମାନଙ୍କ ନିକଟରୁ ଏକ ବାଇକ୍‌ (ଓଡି-୨୭-୮୧୪୦) ସହ ୩ ଜେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ରିଙ୍ଗାପଡା ଗାଁର ଚନ୍ଦନ ଦୀପ(୪୫) ଓ ସୌରୀବେଂଜ ଗାଁର ସଦା ମହାନନ୍ଦ(୨୨)।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଇ ସୋନପୁର ଅଭିମୁଖେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ପୁଲିସ ଉକ୍ତ ବାଇକ୍‌ଟିକୁ ସ୍ଥାନୀୟ କୁଂଜ ଛକ୍‌ ଠାରେ ସନ୍ଦେହରେ ଅଟକାଇ ଯାଂଚ କରିଥିଲାା ଯାଂଚ ସମୟରେ ବାଇକ୍‌ରୁ ଗଂଜେଇ ବାହାରିଥିଲା। ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ ତ୍ରିପୁର ମହାନନ୍ଦଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯାଇଥିଲା। ଏନେଇ ସୋନପୁର ଥାନରେ ଏକ ମାମଳା ରୁଜୁ ହେବା ସହ ମଙ୍ଗଳବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର