ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ:ଜଣେ ଗିରଫ

ବଣାଇଁଗଡ଼: ଟିକାୟତପାଲି ଥାନା ଅନ୍ତର୍ଗତ ଜାମଜୋର ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ପୀଡିତା ଯୁବତୀଙ୍କ ବୟାନ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ରେକର୍ଡ କରାଯାଇଛି। ଘଟଣାରୁ ପ୍ରକାଶ ଗତ ୮ ତାରିଖ ସଂଧ୍ୟାରେ ଜାମଜୋର ଗ୍ରାମରେ ହେଉଥିବା କୃଷ୍ଣଗୁରୁ ମେଳା ସାରି ଘରକୁ ଫେରୁଥିବା ଜଣେ ଦିବ୍ୟାଙ୍ଗ ଯୁବତୀ (୨୬)ଙ୍କୁ ଟେକି ନେଇ ସେହି ଗ୍ରାମର ମାଙ୍ଗତା ମୁଣ୍ଡା(୨୩) ଦୁଷ୍କର୍ମ କରିଥିଲା। ଏସଂପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏକ ତଲଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କର ଡାକ୍ତରୀ ମାଇନା କରାଇ ଅଭିଯୁକ୍ତ ମାଙ୍ଗତା ମୁଣ୍ଡାକୁ କୋର୍ଟ ଚାଲାଣ କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର