ଓଲଟିଲା ଲୁହାପଥର ଟିପର

ଲାଠିକଟା: ୧୪୩ ନଂ ଜାତୀୟ ରାଜପଥର ସୁଇଡିହି ନିକଟରେ ଆଜି ସକାଳେ ଏକ ଲୁହାପଥର(ଫାଇନ୍ସ) ବୋଝେଇ ଟିପର ରାସ୍ତା ମଝିରେ ଓଲଟି ପଡ଼ିଥିଲା। ସୂଚନାରୁ ପ୍ରକାଶ ଯେ ଓଆର୍‌ ୧୪ଏମ୍‌ ୮୫୮୩ ଟିପରଟି କୋଇଡ଼ାରୁ ଗୁଣ୍ଡ ଲୁହା ନେଇ ରାଉରକେଲା ଅଭିମୁଖେ ଆସୁଥିବାବେଳେ ସୁଇଡିହି ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା।
ଲୁହା ଗୁଣ୍ଡ ରାସ୍ତାରେ ବିଛାଡ଼ି ହୋଇପଡ଼ିଥିଲା। ତେବେ ଏହି ଦୁର୍ଘଟଣାରୁ ଗାଡ଼ି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା। ଲାଠିକଟା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର