କାମାକ୍ଷାନଗର/ଭୁବନେଶ୍ୱର: ଟ୍ରାକ୍ଟର ଓଲଟିବା ଓ ଧକ୍କାଦେବାରୁ ୨ଟି ସ୍ଥାନରେ ଗୁରୁବାର ୩ ଜଣ ବ୍ୟଙ୍କିଙ୍କର ମୃତ୍ୟୁ ଘଟିଛି। ପ୍ରଥମଟି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଦ୍ୱିତୀୟଟି ମୟୂରଭଂଜ ଜିଲ୍ଲାର କପ୍ତିପଦା ଅଂଚଳରେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
କପ୍ତିପଦା ଥାନା ଅନ୍ତର୍ଗତ ଶୁଲଗଇଡା ଛକ ପାଖରେ ଟ୍ରାକ୍ଟର ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଦିଆମୁଣ୍ଡା ଛକ ନିକଟରେ ଗୁରୁବାର ଟ୍ରାକ୍ଟର ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହେବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଛି। ବାହାଡପାଳ ଠାରୁ ରେକୁଟି ବାଲି ପାଇଁ ଯାଉଥିବା ସମୟରେ ବାଦିଆମୁଣ୍ଡା ଛକରେ ଟ୍ରାକ୍ଟର ଓଲଟି ପଡିଥିଲା। ଦୁର୍ଘଟଣା ପରେ ଉଭୟ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବାହାଡ଼ାପାଳ ଗାଁର ଇନ୍ଦ୍ରମଣି ମୁଣ୍ଡାଙ୍କ (୪୫ ବର୍ଷ)ଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ଲେମ୍ବୁଆ ମୁଣ୍ଡା (୩୫ ବର୍ଷ)ଙ୍କର ଚିକିତ୍ସା ଜାରି ରହିଛି।