ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଲାଠିକଟା ବିଡଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗତକାଲି କଟକ ଭିଜିଲାନ୍‌ସ ସେଲ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୨୦୧୫ ମସିହା ଏକ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସୁ ଆଜି ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଲାଠିକଟାସ୍ଥିତ ବାସଭବନ, ସହକାରୀ ଯନ୍ତ୍ରୀ ରାଜକିଶୋର ସାହୁ  ଓ କନିଷ୍ଠ ଯନ୍ତ୍ରୀ ବୁଧେଶ୍ୱର ସାହୁଙ୍କୁ ଗିରଫ କରାଯାଇଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଏକ ରାସ୍ତା ନିର୍ମାଣ କରା ନ ଯାଇ ଏ ବାବଦ ଟଙ୍କାକୁ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ କଟକ ଭିଜିଲାନ୍ସ ସେଲର ଅଧିକାରୀମାନେ ଏକକାଳୀନ ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଲାଠିକଟାସ୍ଥିତ ବାସଭବନ, ସହକାରୀ ଯନ୍ତ୍ରୀ ରାଜକିଶୋର ସାହୁ  ଓ କନିଷ୍ଠ ଯନ୍ତ୍ରୀ ବୁଧେଶ୍ୱର ସାହୁଙ୍କ ଛେଣ୍ଡ କଲୋନିସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ତେବେ ଏହି ସମୟରେ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରିବା ସହିତ ଆଜି ଭିଜିଲାନ୍ସ ଉପରୋକ୍ତ ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର