ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପୁଲିସ ଗୁରୁବାର ପୂର୍ବାହ୍ନରେ ୩୪୯ କିଲୋ ଗଂଜେଇ ଜବତ କରିଛି। ପୁଲିସ ଏହି ଘଟଣା ସହିତ ଜଡ଼ିତ ଉତ୍ତର ପ୍ରଦେଶର ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମପୁର ଜିଲ୍ଲା ଶହାବାଦ ଥାନା ଅନ୍ତର୍ଗତ ରାବଣୀପଟ୍ଟୀ ଗାଁର ଅମର ସିଂହ (୩୫), ହାପୁର ଜିଲ୍ଲା ଧୋଲନା ଥାନା ଅନ୍ତର୍ଗତ ଦହନା-୧ ଅଂଚଳର ରବୀନ୍ଦ୍ର ସିଂହ (୩୨) ଓ ମେରଠ ଜିଲ୍ଲା ସରଧନା ଥାନା ଅନ୍ତର୍ଗତ ସଲଓ୍ଵା ଗାଁର ଅମିତ କୁମାର (୨୪)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଏକ ଟାଟା ୧୧୦୯, ୪ଟି ମୋବାଇଲ ଓ ନଗଦ ୩୨୨୦ ଟଙ୍କା ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ବିଚଲକୋଟା ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଅଭିଯୁକ୍ତମାନଙ୍କୁ ଅପେକ୍ଷାରେ ଥିଲା। ଘଟଣାସ୍ଥଳରେ ଗଂଜେଇ ଭର୍ତ୍ତି ଗାଡ଼ି ପହଂଚିବା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଟାଟା ୧୧୦୯ (ୟୁକେ ୦୬ ସିବି ୫୦୭୦)କୁ ଯାଞ୍ଚ କରାଯିବା ସମୟରେ ୧୪ଟି ପ୍ୟାକେଟ୍ ଗଂଜେଇ ମିଳିଥିଲା। ଏହାର ଓଜନ ୩୪୯ କିଲୋ ଥିଲା ବୋଲି ତଦନ୍ତକାରୀ ଅଧିକାରୀ ମହେନ୍ଦ୍ର କୁମାର ସାହୁ (ବୈପାରୀଗୁଡ଼ା ଆଇଆଇସି) ସୂଚନା ଦେଇଛନ୍ତି। ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଗଂଜେଇ ଜବତ ହୋଇଥିଲା।