ଯାଜପୁର: ଯୁବକଙ୍କ ଗଳାକାଟି ହତ୍ୟା

ଯାଜପୁର/ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଅଞ୍ଚଳରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛିି। ମୃତ ଯୁବକଙ୍କ ନାମ ସନ୍ତୋଷ ମଲ୍ଲିକ(୩୯ ବର୍ଷ)। ଆଜି ସକାଳୁ ତାଙ୍କ ମୃତଦେହ କେନାଲରୁ ଜବତ କରାଯାଇଛି।


ପୁଲିସ ଠାରୁ ପ୍ରକାଶ ଯେ, ଶ୍ରୀ ମଲ୍ଲିକ ଗତକାଲି ରାତିରେ ଘରକୁ ଫେରି ନ ଥିଲେ। ସେ କେଉଁ ସାଙ୍ଗସାଥୀଙ୍କ ପାଖରେ ରହି ଯାଇଥିିବା ଭାବି ପରିବାର ଲୋକ ବିଶେଷ ଖୋଜ ଖବର ନେଇ ନ ଥିଲେ। ଆଜି ସକାଳୁ ଧାନମଣ୍ଡଳ ହାଇଲେବଲ୍‌ କେନାଲରେ ଏକ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ଲୋକେ ରୁଣ୍ଡ ହୋଇ ଯାଇଥିଲେ। ପରେ ଏହି ମୃତଦେହଟି ସନ୍ତୋଷ ମଲ୍ଲିକଙ୍କର ବୋଲି ଜଣାପଡ଼ିଥିଲା। ଶ୍ରୀ ମଲ୍ଲିକଙ୍କ ଗଳକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଥିବା ଦେଖିବାକୁ ମଳିଛି। ମୃତଦେହ ନିକଟରେ ତାଙ୍କ ମୋଟର ସାଇକେଲଟି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ପଛରେ ଶ୍ରୀ ମଲ୍ଲିକଙ୍କର ଜଣାଶୁଣା ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର