ଆସିକା: ପୁଲିସ ଏନକେଉଣ୍ଟରେ ଦୁଇ ଭାଇ ଗୁରୁତର

ଆସିକା: ପୁଲିସ ଏନକାଉଣ୍ଟରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ୨ ଜଣ ଅଭିଯକ୍ତ ଗୁଳିତର। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ଅଭିଯୁକ୍ତଦ୍ୱୟ ବିଜେଡ଼ି ନେତା ବାହନ ଲେଙ୍କା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କ ଠାରୁ ୯ ଏମଏମ ବୋର ମାଉଜର, ୫ ରାଉଣ୍ଡ ଗୁଳି, ୧୭୫୦୦ ଟଙ୍କା ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟସ୍ଥ ପଲିମାଳ ଠାରେ ସୁନୀଲ ଜେନା ଓ ତାଙ୍କ ଭାଇ ପୂର୍ଣ୍ଣ ଚନ୍ଦ୍ର ଜେନା ଏକ ବାଇକ୍‌ ଯୋଗେ ଯାଉଥିବା ସୂଚନା ପାଇ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଅଭିଯୁକ୍ତ ଦ୍ୱୟ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଦୁଇଟି ଗୁଳି ଦୁଇ ଅଭିଯକ୍ତଙ୍କୁ ଡାହାଣ ଗୋଡରେ ବାଜିଥିଲା। ଉଭୟ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ିଯିବା ପର ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଛି।


ସୂଚନାଯୋଗ୍ୟ ଯେ ଗତ ୩୧ ତାରିଖ ଦିନ ଆସିକାର ଯୁବ ବିଜେଡିନେତା ବାହନ ଲେଙ୍କାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଜେନା ଭାଇଦ୍ୱୟ ସମ୍ପୃକ୍ତ ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର