ଅନୁଗୁଳ: ବିଧବାଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୁଳ: ଗତକାଲି ରାତିରେ ଅନୁଗୁଳ ଜିଲ୍ଲା ନାଲକୋ ଫାଣ୍ଡି ଅନ୍ତିର୍ଗତ ବଳରାମପ୍ରସାଦ ଗାଁର ପାହାଡ଼ତଳି ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ବାହାର ପଟୁ କବାଟ ଦେଇ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି କତେକ ଦୁର୍ବୃତ୍ତ। ଫଳରେ ଘର ଭିତରେ ଜିଅନ୍ତା ଜଳି ଯାଇଛନ୍ତି ମହିଳା ଜଣକ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପାର୍ବତୀ ପ୍ରଧାନ( ୪୦ ବର୍ଷ) ନାମକ ଜଣେ ବିଧବା ସେହି ଘରେ ଏକୁଟିଆ ରୁହନ୍ତି। ଗତକାଲି ରାତିରେ ସେ ଖାଇ ପିଇ ଶୋଇବାକୁ ଯାଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘରର କବାଟକୁ ବାହାର ପଟୁ ବନ୍ଦ କର ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ଜୀଅନ୍ତା ଜଳିଯାଇଛନ୍ତି। ଏହି ଘଟଣା ଆଜି ସକାଳୁ ପ୍ରଚାରିତ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବାରୁ ଶବକୁ ବ୍ୟବଛେଦ ପାଇଁ ପଠାଇ ନାହିଁ। ତେଣୁ ପୁଲିସ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟଙ୍କୁ ଅପେକ୍ଷା କରିଛି। କେତେକ ଜମିବାଡ଼ି ସମ୍ପର୍କରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରୁଥିବା ବେଳେ ଅନ୍ୟ କେତେକ ମହିଳାଙ୍କ ସହିତ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ଘର ଭିତରେ ଜିଅନ୍ତା ଜାଳି ଦିଆଯାଇଛି ବୋଲି କହୁଛନ୍ତି। ପୁଲିସ ଶବ ଜବତ କରି ବ୍ୟବଛେଦ କରିବା ପରେ ବ୍ୟବଛେଦ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର