ରାଫେଲର ଉଡ଼ାଣ

‘ଚୌକିଦାର ଚୋର ହୈ’ ଭଳି ‌ସ୍ଲୋଗାନର ସ୍ବର ଆଉ ଶୁଣିବାକୁ ମିଳିବ ନାହିଁ। କାରଣ, ମାନ୍ୟବର ସର୍ବୋଚ୍ଚ ଅଦାଲତ ତାଙ୍କର ଏକ ବହୁ ପ୍ରତୀକ୍ଷିତ ରାୟରେ ଏଭଳି ଏକ ସନ୍ଦେହ ଭିତ୍ତିକ ଆରୋପକୁ ନାକଚ କରି ଦେଇଛନ୍ତି। ଏଭଳି ସ୍ଲୋଗାନ୍‌ ପଛରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଛି ବୋଲି ସୃଷ୍ଟି କରାଯାଇଥିବା ଏକ ଧାରଣାକୁ ନାପସନ୍ଦ କରି ଏଥି ଲାଗି ଦାୟୀ କ˚ଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ତାଙ୍କ ଅବିମୃଶ୍ୟକାରୀ ଅସତର୍କତା ଲାଗି ମୃଦୁ ଭର୍ତ୍ସନା ସହିତ ଚେତାଇ ଦେଇଛନ୍ତି।

ଗଲା ଗୁରୁବାର ଦିନ ମାନ୍ୟବର ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ର˚ଜନ ‌େଗାଗଇଙ୍କ ଅଧୢକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ତପୀଠ ‘ରାଫେଲ ଦୁର୍ନୀତି’ ସ˚ପର୍କିତ ଏକ ପୂର୍ବବର୍ତ୍ତୀ ରାୟ ବିରୋଧରେ ଆଗତ ‘ରିଭ୍ୟୁ ପିଟିସନ’କୁ ଖାରଜ କରି ଦେଇଛନ୍ତି। ପ୍ରକାଶ ଥାଉ କି ରାଫେଲ ଯୁଦ୍ଧ ବିମାନ କ୍ରୟରେ କେନ୍ଦ୍ରର ଏନ୍‌ଡିଏ ସରକାରର ସନ୍ଦେହାସ୍ପଦ ଭୂମିକା ରହିଥିବା ଅଭିଯୋଗ ଆଧାରିତ ଏକ ମାମଲାର ଶୁଣାଣି କରି ୨୦୧୮, ଡିସେମ୍ବର ୧୪ରେ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ‘କ୍ଲିନ୍‌ ଚିଟ୍‌’ ଦେଇଥିଲେ। ଗଲା ଗୁରୁବାର ରାୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ମତ ଥିଲା, ଯେ ଆବେଦନକାରୀମାନଙ୍କ ଦ୍ବାରା ପ୍ରକଟିତ ସନ୍ଦେହ ଏବ˚ ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗର ସମସ୍ତ ଦିଗକୁ ଗଭୀରତାର ସହିତ ଅନୁଧୢାନ କରାଯିବା ପରେ ହିଁ ‘ଏନ୍‌ଡିଏ’ ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲା। ତେଣୁ ସ୍ବାଭାବିକ ଭାବେ ଏଭଳି ‘ରିଭ୍ୟୁ ପିଟିସନ’ ଅଯଥାର୍ଥ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ରାଫେଲ ଯୁଦ୍ଧ ବିମାନ କ୍ରୟ ସ˚ଦର୍ଭରେ ଚାରିିଟି ବିନ୍ଦୁକୁ ନେଇ ଏନ୍‌ଡିଏ ସରକାରଙ୍କ ଉପରେ ବିରୋଧୀ ୟୁପିଏ ଦ୍ବାରା ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା।

ଚୁମ୍ବକରେ ଘଟଣାର ପୃଷ୍ଠଭୂମି ଏହିପରି। ରାଫେଲ ଯୁଦ୍ଧ ବିମାନ ଖର୍ଦ୍ଦି ଲାଗି ଫ୍ରାନ୍‌ସର ‘ଡାସଲ୍‌ଟ ଆଭିଏସନ୍‌ କ˚ପାନି’ ସହିତ ଆଲୋଚନା ୨୦୧୪ ପୂର୍ବବର୍ତ୍ତୀ ୟୁପିଏ ସରକାର ଅମଳରେ ହିଁ ଆରମ୍ଭ ହୋଇଥିଲା। ସେହି ସମୟରେ ୧୨୬ଟି ଯୁଦ୍ଧ ବିମାନ ଖର୍ଦ୍ଦି କରାଯିବାର ନିଷ୍ପତ୍ତି ନିଆଯାଇଥିଲା, ଯହିଁରୁ ୧୮ଟି ବିମାନ ସମସ୍ତ ଅତ୍ୟାଧୁନିକ ଆନୁଷଙ୍ଗିକ ଯନ୍ତ୍ରପାତି ଦ୍ବାରା ସଜ୍ଜିତ ହୋଇ ମିଳିଥାଆନ୍ତା, ଯାହା ପ୍ରଥମ ଦିନରୁ ହିଁ ପୂର୍ଣ୍ଣ ଦକ୍ଷତାର ସହିତ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ରହନ୍ତା। ଅବଶିଷ୍ଟ ବିମାନଗୁଡ଼ିକ ‘ନଗ୍ନ’ ଅବସ୍ଥାରେ ଆସନ୍ତେ, ଯେଉଁ ସବୁର ଉନ୍ନତୀକରଣ ପର୍ଯ୍ୟାୟ କ୍ରମେ ଭାରତର ରାଷ୍ଟ୍ରାୟତ୍ତ ଯୁଦ୍ଧ ବିମାନ ନିର୍ମାଣକାରୀ ସ˚ସ୍ଥା ଏଚ୍‌.ଏ.ଏଲ୍‌. ଦ୍ବାରା କରାଯାଆନ୍ତା। କିନ୍ତୁ, ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଏହି ନିଷ୍ପତ୍ତିକୁ ଅକାମି କରି ଦେଇ ଅତ୍ୟାଧୁନିକ ଯନ୍ତ୍ରା˚ଶ ଓ ଜ୍ଞାନକୌଶଳ ଦ୍ବାରା ସ˚ପୂର୍ଣ୍ଣ ସୁସଜ୍ଜିତ ଏବ˚ ପ୍ରଥମ ଦିନରୁ ହିଁ ପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନ କରିବା ଲାଗି ସକ୍ଷମ ୩୬ଟି(ମାତ୍ର) ବିମାନ କ୍ରୟ କରିବାକୁ ସ୍ଥିର କଲେ। ଏବେ ପ୍ରଶ୍ନ ଉଠିଲା ଯେ ୧୨୬ଟି ସ୍ଥାନରେ ମାତ୍ର ୩୬ଟି କାହିଁକି? ଦ୍ବିତୀୟରେ ୟୁପିଏ ଅମଳର ନିଷ୍ପତ୍ତିରେ ବିମାନ କ୍ରୟରେ ହେବାକୁ ଥିବା ବ୍ୟୟ ତୁଳନାରେ ଏନ୍‌ଡିଏ ନିଷ୍ପତ୍ତି ହେତୁ ହେବାକୁ ଯାଉଥିବା ବ୍ୟୟ ଅଧିକ (ପ୍ରାୟ ୫୯,୦୦୦ କୋଟି ଟଙ୍କା) ସତ୍ତ୍ବେ ଏଥିଲାଗି ଏ ଉଚ୍ଚାଟଭରା ଆଗ୍ରହ କାହିଁକି? ତୃତୀୟରେ, ଏନଡିଏ ସରକାରଙ୍କ ଏ ନିଷ୍ପତ୍ତି ପ୍ରକ୍ରିୟାରେ ପ୍ରତିରକ୍ଷା ବିଭାଗର ଉଚ୍ଚ ସ୍ତରୀୟ ବୈଠକରେ ମୋଟ ୭ ଜଣ ସଦସ୍ୟଙ୍କ ଭିତରେ ୪ -୩ ସ˚ଖ୍ୟା ଆଧାରରେ ‘ନିଷ୍ପତ୍ତି’କୁ ସମର୍ଥନ ମିଳିବା ଓ ଏଭଳି ଏକ ଅତି ସୂକ୍ଷ୍ମ ବିଚାରଗତ ତାରତମ୍ୟକୁ ଅଣଦେଖା କରାଯାଇ ଏ ବିଷୟରେ ବିଶେଷ ଆଲୋଚନା କରା ନ ଯିବା ପଛରେ ପ୍ରଧାନ ମନ୍ତ୍ରୀଙ୍କ ଦପ୍ତରରୁ ଚାପ ଏକ କାରଣ ହୋଇ ଥାଇପାରେ କି? ଚତୁର୍ଥରେ, ଯୁଦ୍ଧ ବିମାନ ନିର୍ମାଣ ବା ମରାମତି କ୍ଷେତ୍ରରେ ସ˚ପୂର୍ଣ୍ଣ ଅନଭିଜ୍ଞତା ସତ୍ତ୍ବେ ଡାସଲଟ୍‌ର ‘ଅଫ୍‌ ସେଟ୍‌ ପାର୍ଟନର’ ଭାବେ ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍‌ସ’ କ˚ପାନିକୁ ମନୋନୀତ କରାଯିବା ପଛରେ ସରକାରଙ୍କ କୌଣସି ସନ୍ଦିଗ୍‌ଧ ଭୂମିକା ନାହିଁ ତ?

ବିଚାର ଲାଗି ଅଦାଲତଙ୍କ ନିକଟରେ ଦାଖଲ ସମସ୍ତ ନଥିପତ୍ରର ତର୍ଜମା କରି ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏନ୍‌ଡିଏ ସରକାରର ନିଷ୍ପତ୍ତିରେ ଦୁର୍ନୀତିର ସନ୍ଦେହ ଉପୁଜୁ ନାହିଁ। ‘ଅଫ୍‌ ସେଟ୍‌ ପାର୍ଟନର’କୁ ନେଇ ଉଠିଥିବା ବିବାଦ ସ˚ଦର୍ଭରେ ରାୟରେ କୁହାଯାଇଛି ଯେ ଏହାର ମନୋନୟନର ଦାୟିତ୍ବ ଯେହେତୁ ବିକ୍ରେତା କ˚ପାନିର, ଏଥି ନେଇ ସରକାରଙ୍କୁ ପ୍ରଶ୍ନ କରାଯିବା ଅଯୌକ୍ତିକ।

ଏହା ସତ ଯେ ସୁପ୍ରିମ କୋର୍ଟଙ୍କ ଏ ରାୟ ରାଫେଲ ଦୁର୍ନୀତି ଅଭିଯୋଗରୁ ସରକାରଙ୍କୁ ମୁକ୍ତ କରିଛି। ତଥାପି କିଛି ପ୍ରଶ୍ନ ଏବେ ବି ଅନୁତ୍ତରିତ। ପ୍ରକୃତରେ କାହିଁକି ପ୍ରତିରକ୍ଷା ବିଭାଗର କମିଟିରେ ୪-୩ର ସୁକ୍ଷ୍ମ ମତ ପାର୍ଥକ୍ୟକୁ ଅଣଦେଖା କରାଗଲା? ଆମ ବିମାନ ବାହିନୀ ପୁରୁଣା ପିଢ଼ିର ରୁଷୀୟ ଯୁଦ୍ଧ ବିମାନ ଭେଳାର ଭାରରୁ ମୁକ୍ତ ହେବା ଲାଗି ଅତି କମ୍‌ରେ ୧୨୬ଟି ଯୁଦ୍ଧ ବିମାନ ଲୋଡୁଥିଲା ବେଳେ ମାତ୍ର ୩୬ଟି ବିମାନ କିଣାଗଲା କାହିଁକି? (ବିମାନ ବାହିନୀ ସୂତ୍ର କହେ ଯେ ଅତି କମ୍‌ରେ ଅନ୍ତତଃ ପକ୍ଷେ ୭୨ଟି ରାଫେଲ ଭଳି ଯୁଦ୍ଧ ବିମାନର ଆବଶ୍ୟକତା ରହିଛି।) ଏନ୍‌ଡିଏ ସରକାରଙ୍କ ଚୁକ୍ତିରେ ‘ଫଲୋ ଅନ୍‌’ ସର୍ତ୍ତଟି ନ ଥିବାରୁ (ଯାହା ୟୁପିଏ ଚୁକ୍ତିରେ ଥିଲା) ଦରକାର ପଡ଼ିଲେ ମଧୢ ଭବିଷ୍ୟତ୍‌ରେ ଏହି ମୂଲ୍ୟରେ ଅଧିକ ସ˚ଖ୍ୟକ ବିମାନ କିଣାଯାଇ ପାରିବ ନାହିଁ – ତେବେ ‘ଫଲୋ ଅନ୍‌’ ଚୁକ୍ତି ନ ରହିଲା କାହିଁକି? ଏହା ପଛରେ ଡାସଲ୍‌ଟ ପ୍ରତି ଏକ ଅନୁଗ୍ରହର ଆଭାସ ଅଛି କି? ରାଫେଲ ସହିତ ସମତୁଲ ଅଥଚ ଅପେକ୍ଷାକୃତ ଶସ୍ତା ଯୁଦ୍ଧ ବିମାନ ‘ୟୁରୋ ଫାଇଟର‌୍‌’ କ୍ରୟ ବିଷୟ ବିଚାର କରାଗଲା ନାହିଁ କାହିଁକି? ୟୁପିଏ ସରକାର ଅମଳରେ ‘ଅଫ୍‌ସେଟ୍‌ ପାର୍ଟନର’ ହେବା ଲାଗି ‘ଏଚ୍‌.ଏ.ଏଲ୍‌.’ ସହ ଡାସଲ୍‌ଟର ଆଲୋଚାନାକୁ ଅଧିକ ବଳ ଦେବା ପରିବର୍ତ୍ତେ ତାକୁ ବନ୍ଦ କରିଦିଆଗଲା କାହିଁକି ? ଗୁରୁବାରର ରାୟ ସତ୍ତ୍ବେ ଏଭଳି କିଛି ପ୍ରଶ୍ନ ନିଶ୍ଚିତ ରୂପେ ଅନେକ କାଳ ଝୁଲି ରହିବ।

ଏହି ଆଲୋଚନା ବେଳେ ପ୍ରସିଦ୍ଧ ଆମେରିକୀୟ ନାଟ୍ୟକାର ଆର୍ଥର ମିଲରଙ୍କ ଯୁଗାନ୍ତକାରୀ ଟ୍ରାଜେଡି ‘ଅଲ୍‌ ମାଇ ସନ୍‌ସ’(ମୋର ସମସ୍ତ ପୁତ୍ର) ମନକୁ ଆସେ। ଦ୍ବିତୀୟ ବିଶ୍ବଯୁଦ୍ଧ ପେକ୍ଷାପଟରେ ରଚିତ ଏ ନାଟକରେ ଦୁଇ ଚରିତ୍ର ଜୋଏ କେଲର‌୍‌ ଏବ˚ ଷ୍ଟିଭ୍‌ ଡିଭରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପିତ ଏକ କାରଖାନା ଲାଗି ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ବିମାନ ଯନ୍ତ୍ରା˚ଶ ଖଞ୍ଜା ଯିବା କାର୍ଯ୍ୟର ଏକ ବିପୁଳ ଅର୍ଡର ଆସେ। ଏଥିରୁ ପ୍ରଚୁର ଲାଭ ଉପାର୍ଜନ କରୁଥିବା ବେଳେ କେଲର ଏବ˚ ଡିଭର ଥରେ କିଛି ତ୍ରୁଟି ଯୁକ୍ତ ଯନ୍ତ୍ରା˚ଶ ଖଞ୍ଜିବାକୁ ପାଇଥିଲେ ସୁଦ୍ଧା ଏ ବାବଦରେ ଆମେରିକା ସୈନ୍ୟବାହିନୀକୁ ଜଣାନ୍ତି ନାହିଁ ବା ପ୍ରତିବାଦ କରନ୍ତି ନାହିଁ, ବର˚, ସେ ସବୁରେ କାମଚଳା ମରାମତି କରି ଖଞ୍ଜି ଦିଅନ୍ତି। ସେହି କାରଣରୁ ଆମେରିକା ବିମାନ ବାହିନୀର ୨୧ଟି ଯୁଦ୍ଧ ବିମାନ ଜଳିଯାଏ, ପାଇଲଟ୍‌ମାନଙ୍କ ଦାରୁଣ ମୃତ୍ୟୁ ଘଟେ। ପରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଏ ଦ୍ବିତୀୟ ବିଶ୍ବଯୁଦ୍ଧରେ ସାମିଲ ହୋଇଥିବା ଜୋଏ କେଲରଙ୍କ ଅତ୍ୟନ୍ତ ପ୍ରିୟ ପୁତ୍ର ଲାରି କେଲର। ଦୁର୍ନୀତି, ଲୋଭ, ବିଶ୍ବାସଘାତକତା, ଜେଲ୍‌ ଭୋଗ, ଆତ୍ମହତ୍ୟା ଆଦିର ଘନଘଟା ଭିତରେ ସମାପ୍ତ ହୋଇଥିବା ଏହି ନାଟକରେ ସ୍ଥୂଳ ରୂପରେ ଯାହା ଦର୍ଶାଯିବାର ଉଦ୍ୟମ ହୋଇଛି ତାହା ହେଲା- ଏକ ସୀମିତ ପରିସରରେ ହେଉଥିବା ଦୁର୍ନୀତି ବ୍ୟକ୍ତିଗତ କ୍ଷତିରୁ ଆରମ୍ଭ କରି ବ୍ୟାପକ ଭାବେ ରାଷ୍ଟ୍ରର କ୍ଷତି ପର୍ଯ୍ୟନ୍ତ କିଭଳି ଭୟାବହତାର କାରଣ ହୋଇପାରେ!

ରାଜୀବ ଗାନ୍ଧୀଙ୍କ ଅମଳରେ ବୋଫର୍ସ କମାଣ କିଣା କାରବାରର ଦୁର୍ନୀତିର ଅଭିଯୋଗ ତାଙ୍କ ସରକାରର ପତନର କାରଣ ହୋଇଥିଲା। କିନ୍ତୁ ପରବର୍ତ୍ତୀ କାଳରେ କାରଗିଲ ଯୁଦ୍ଧ ସମୟରେ ବୋଫର୍ସ କମାଣ ହିଁ କମାଲ ଦେଖାଇଥିଲା। ରାଫେଲ ସେହିଭଳି ତାର ଉଡ଼ାଣରେ ଅଦ୍ବିତୀୟ ସାବ୍ୟସ୍ତ ହେଲେ ଆରୋପ, ପ୍ରତ୍ୟାରୋପର ଅବସାନ ଘଟିବ।

ସମ୍ବନ୍ଧିତ ଖବର