ରାଜକୁମାର ରାଓଙ୍କ ପ୍ରକୃତ ନାମ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନ ଥିଲା ଶରୀରର ରଙ୍ଗ ପାଇଁ ମିଳୁ ନ ଥିଲା ଫିଲ୍ମ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ଭିନ୍ନ ଏବଂ ନିଖୁଣ ଅଭିନୟ ପାଇଁ ବେଶ୍‌ ପରିଚିତ। ଏବେ ବଲିଉଡ୍‌ରେ ତାଙ୍କର ଫିଲ୍ମ ଚୟନ କରିବାର କଳାକୁ ନେଇ ତାଙ୍କୁ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟସନିଷ୍ଟ ଆମିର ଖାନ୍‌ଙ୍କ ସହ ତୁଳନା ମଧ୍ୟ କରାଯାଉଛି । ଏବେ ବଲିଉଡ୍‌ର ଲୋକପ୍ରିୟ ଏବଂ ଆଗଧାଡ଼ିର କଳାକାର ହୋଇ ପାରିଥିବା ରାଜକୁମାରଙ୍କ ବିଷୟରେ କିଛି ଏମିତି କଥା ସବୁ ରହିଛି ଯାହାକୁ ବୋଧହୁଏ ଆପଣମାନେ ଜାଣି ପାରି ନ ଥିବେ । ରାଜକୁମାର ରାଓ ହରିୟାଣାରେ ଜନ୍ମ ହୋଇଥିବା ବେଳେ ତାଙ୍କର ପ୍ରକୃତ ନାମ ଥିଲା ରାଜକୁମାର ଯାଦବ । ୨୦୧୦ରେ ସେ ଫିଲ୍ମ ‘ରଣ’ରୁ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ସେତେବେଳେ ତାଙ୍କୁ ଛୋଟ ଛୋଟ ଚରିତ୍ର ମିଳିଥିଲା । ତାଙ୍କ ରଙ୍ଗ ଶ୍ୟାମଳ ହୋଇଥିବାରୁ ତାଙ୍କୁ ଅନେକ ଫିଲ୍ମରୁ ବାଦ୍‌ ଦିଆଯାଇଥିଲା ।

Bollywoodlife.com

୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ଶହିଦ୍‌’ରୁ ତାଙ୍କ କ୍ୟାରିୟର ଗାଡ଼ି ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା । ସବୁବେଳେ ସମାନ ପ୍ରକାରର ଚରିତ୍ର କରିବାକୁ ଚାହୁଁ ନଥିବା ରାଜକୁମାର ଶେଷରେ ନିଜକୁ ପ୍ରମାଣ କରିବାରେ ସଫଳ ହୋଇଥିଲେ । ଫିଲ୍ମ ‘ଶହିଦ୍‌’ ପାଇଁ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ଙ୍କୁ ସେ ନିଜର ଆଦର୍ଶ ମାନୁଥିବା ବେଳେ ତାଙ୍କ ଭଳି ହେବା ପାଇଁ ସେ ଛୋଟ ବେଳୁ ସ୍ୱପ୍ନ ଦେଖୁଥିଲେ । କୌଣସି ଗଡ଼୍‍ଫାଦର ନଥାଇ ଯଦି ସେ ଆଜି ବଲିଉଡ୍‌ର ବାଦ୍‌ଶାହା ହୋଇ ପାରିଲେ ତା’ହେଲେ ମୁଁ କାହିଁକି ଚେଷ୍ଟା କରିବି ନାହିଁ । ତାଙ୍କର ଏହି ଭାବନା ଆଜି ତାଙ୍କୁ ସବୁ କଳାକାରଙ୍କଠାରୁ ଭିନ୍ନ ଏବଂ ଲୋକପ୍ରିୟ କରାଇ ପାରିଛି ।

ସମ୍ବନ୍ଧିତ ଖବର