ରଣବୀରଙ୍କୁ ବିବାହ କରିବା ଇଚ୍ଛା ପୂରଣ ହେବା ପରେ ବି ଅପୂରଣୀୟ ରହିଛି ଦୀପିକାଙ୍କର ଏହି ୩ଟି ଇଚ୍ଛା, ଜାଣନ୍ତୁ କ’ଣ?

ମୁମ୍ବାଇ: ନଭେମ୍ବର ୧୪-୧୫, ୨୦୧୮ରେ ବିବାହ କରିଥିଲେ ବଲିଉଡ୍‌ର ବାଜିରାଓ-ମସ୍ତାନୀ । ଯାହା ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହମାନଙ୍କ ମଧ୍ୟରୁ ଗୋଟେ ଥିଲା । ଇଟାଲୀରେ ବିବାହ ପରେ ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଦୁହେଁ ନିଜ ବନ୍ଧୁ ପରିଜନଙ୍କୁ ବିବାହ ଭୋଜି ଦେଇଥିଲେ । ତେବେ ରଣବୀରଙ୍କୁ ବିବାହ କରିବାର ଇଚ୍ଛା ଦୀପିକାଙ୍କର ପୂରଣ ହୋଇ ସାରିଥିବା ବେଳେ ଏବେ ଆଉ ୩ଟି ଇଚ୍ଛା ତାଙ୍କର ଅପୂରଣୀୟ ରହିଥିବା ଜଣା ପଡ଼ିଛି । ସୋସିଆଲ ସାଇଟ୍‌ ଇନ୍‌ଷ୍ଟା ଜରିଆରେ ୨୦୧୯କୁ ନେଇ ସେ ନିଜର ଏହି ୩ଟି ଇଚ୍ଛା ବିଷୟରେ ଜଣାଇଥିଲେ ।

oneindia.com

ଦୀପିକା ୩ଟି କୁଶନରେ ନିଜର ଇଚ୍ଛାକୁ ଲେଖି ତାହାର ଫଟୋ ଇନ୍‌ଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ଅନ୍ୟମାନଙ୍କ ଭଲ କଥା ଚିନ୍ତା କରିବା, ସଦ୍‌ଭାବନା ରଖିବା ଏବଂ ସମସ୍ତଙ୍କ ଠାରୁ ଭିନ୍ନ ହେବା କଥା ଲେଖାଥିଲେ । ୨୦୧୯ରେ ଦୀପିକା ନିଜ ଭିତରେ ଏହି ୩ଟି ଜିନିଷକୁ ସାମିଲ କରିବାକୁ ଯାଉଥିବା ଇନ୍‌ଷ୍ଟା ପୋଷ୍ଟରୁ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର