ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ସେଲିବ୍ରେସନ୍‌ କ୍ଲବ୍‌ରେ ପହଞ୍ଚିଲେ ଏଶ୍ୱର୍ଯ୍ୟା, ସୁସ୍ମିତା, ମାଧୁରୀ

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନରେ ଶେଷ ହେବ। ଶ୍ରୀଦେବୀଙ୍କୁ ଶେଷ ଥର ଦେଖିବା ପାଇଁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବରେ ହଜାର ହଜାର ଲୋକ ଭିଡ଼। ଏମାନଙ୍କ ମଧ୍ୟରେ ରହିଛନ୍ତି ବହୁ ବଡ଼ ବଡ଼ ବଲିଉଡ୍‌ ତାରକା। ଲେଡି ସୁପର୍‌ଷ୍ଟାର୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ହେମା ମାଳିନୀ, ସଞ୍ଜୟ କପୁର୍‌, ଇଶା ଦେଓଲ୍‌, ଅକ୍ଷୟ ଖାନ୍ନା, ଫର୍‌ହା ଖାଁ, କରଣ ଜୋହାର, ତବୁ, ସୁବାଷ ଘାଇ, ଆଦିତ୍ୟ ଠାକ୍‌ରେ, ସୋନମ କପୁର୍‌, ଶାହାରୁଖ୍‌ ଖାନ୍‌ ପ୍ରମୁଖ ପୂର୍ବରୁ ପହଞ୍ଚି ସାରିଥିଲେ। ଏବେ ସେଲିବ୍ରେସନ୍‌ କ୍ଲବ୍‌ରେ ପହଞ୍ଚିଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ, ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌  ଏବଂ ଡ୍ୟାନ୍ସିଂ କୁଇନ୍‌ ମାଧୁରୀ ଦିକ୍ଷିତ।

ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କୁ ଆଜି ବଲିଉଡ୍‌ ସହ ସାରା ଦେଶ ବିଦାୟ ଦେବ। ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଐଶ୍ୱର୍ଯ୍ୟା, ମାଧୁରୀ, ସୁସ୍ମିତାଙ୍କ ବ୍ୟତୀତ ମାଧୁରୀ ଦିକ୍ଷିତଙ୍କ ପତି ଶ୍ରୀରାମ ନେନେ, ଅଭିନେତ୍ରୀ କାଜଲ ଏବଂ ପତି ତଥା ଅଭିନେତା ଅଜୟ ଦେବଗନ୍‌ ମଧ୍ୟ ମୁମ୍ବାଇ ସେଲିବ୍ରେସନ୍‌ ସ୍ପୋର୍ସ କ୍ଲବରେ ଆସି ପହଞ୍ଚିଛନ୍ତି। ସେଠାରେ ପାଖାପାଖି ୨୦୦ ପୁଲିସ୍‌ କର୍ମଚାରୀ ନିୟୋଜିତ ହୋଇଛନ୍ତି।

 

 

ସମ୍ବନ୍ଧିତ ଖବର