ପୂରା ସଚେତନତାର ସହ ସୁଟିଂ ସେଟ୍କୁ ଗଲେ ଅକ୍ଷୟ କୁମାର
ମୁମ୍ବାଇ: ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ପୂରା କଡ଼ା ସଚେତନତାର ସହ ସୁଟିଂ ପାଇଁ ବାହାରି ଯାଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର। ସେ ନିର୍ଦେଶକ ଆର ବଲ୍କିଙ୍କ ସହ ମିଶି ସୋମବାର ଏକ ବିଜ୍ଞାପନ ସୁଟ୍ରେ ବାହାରି ଯାଇଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଡାଉନ ପରବର୍ତ୍ତୀ ସମୟରେ ଦେଶର ନାଗରିକମାନଙ୍କ ଦାଇତ୍ତ୍ବବୋଧତାକୁ ନେଇ ‘ପୋଷ୍ଟ ଲାକଡାଉନ ରେସ୍ପନସିବିଲିଟି’ ନାମରେ ଏକ ବିଜ୍ଞାପନ ସୁଟିଂ ପାଇଁ ଅକ୍ଷୟ ପାଦ କାଢ଼ିଥିବା ଜାଣିବାକୁ ମିଳିଛି।
କମାଲିସ୍ଥାନ ଷ୍ଟୁଡିଓରେ ପୂରା ସଚେତନତାର ସହ ଏହି ସୁଟିଂ ହେବ। ଏହି ବିଜ୍ଞାପନଟି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଇଁ କରାଯାଉଛି ବୋଲି ନିର୍ଦେଶକ ସୂଚନା ଦେଇଛନ୍ତି। ସୁଟିଂ ସେଟରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସର୍ବନିମ୍ନ କ୍ରିୟୁ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି।
ଲକଡାଉନ ପରେ ଯଦି ଆମେ ସମସ୍ତେ ସତର୍କ ନହୁଅନ୍ତି ତେବେ କରୋନା ଆହୁରି ତାର କାୟା ବିସ୍ତାର କରି ଚାଲିବ। ସାମାଜିକ ଦୂରତ୍ୱ ବଜାୟ ରଖିବାରୁ ନେଇ ଅନ୍ୟ ସମସ୍ତ ସଚେତନତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ଏହି ବିଜ୍ଞାପନ ଜରିଆରେ ବାର୍ତ୍ତା ଦିଆଯିବ।
ନିର୍ଦେଶକ ବଲ୍କିଙ୍କ କହିବାନୁସାରେ, ଆଉଟଡୋରକୁ ପୂରାପୂରି ବିଶୋଧନ କରାଯାଇଛି। ଅଳ୍ପ ସଦସ୍ୟଙ୍କୁ ନେଇ ସୁଟି ଆରମ୍ଭ ହେଇଛି। ଉଲ୍ଲେଖଯୋଗ୍ୟ, ଅକ୍ଷୟ ଏହି ନିର୍ଦେଶକଙ୍କ ସହ ‘ପ୍ୟାଡମ୍ୟାନ’ ଓ ‘ମିଶନ ମଙ୍ଗଳ’ରେ ଅକ୍ଷୟ ପୂର୍ବରୁ କାମ କରି ସାରିଛନ୍ତି।