ନିଜକୁ  ଜଣେ  ସୁପରଷ୍ଟାର୍‌  ବୋଲି  ମନେ କରିବା  ଆରମ୍ଭ  କରି ଦେଇଥିଲେ ଅକ୍ଷୟ ଖାନ୍ନା !

ପଞ୍ଜାବୀ ସିନେମାରୁ  ହିନ୍ଦୀ ସିନେ ଜଗତରେ  ପ୍ରଯୋଜକ  ଭାବେ  ଲୋକପ୍ରିୟତା  ହାସଲ   କରିଥିବା  ଅବତାର୍‌ ସିଂ ଆହଲୁଓ୍ଵାଲିଆ ଜ୍ୟାକିଶ୍ରଫ୍‌  ଷ୍ଟାରର୍‌ ‘ ଷ୍ଟଣ୍ଟ୍‌ମ୍ୟାନ’ ନିର୍ମାଣ  କରିବା ପରେ  ଆଉ ଏକ  ହିନ୍ଦୀ ସିନେମା  ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଲେ ।  ସେହି  ସମୟରେ  ବଲିଉଡରେ ନାମୀ ଅଭିନେତା ବିନୋଦ ଖାନ୍ନାଙ୍କ  ସୁପୁତ୍ର ଅକ୍ଷୟ ଖାନ୍ନା ‘ ହିମାଳୟ ପୁତ୍ର’ ଫିଲ୍ମର ସୁଟିଂ କରୁଥିଲେ । ଅକ୍ଷୟଙ୍କର  ବଲିଉଡ୍‌ରେ ସେତେବେଳେ ଖୁବ୍‌ କ୍ରେଜ୍‌ ଥିଲା । ବନ୍ଧୁ ଓ ବିତରକମାନଙ୍କ  ପରାମର୍ଶ କ୍ରମେ ପ୍ରଯୋଜକ  ଅବତାର୍‌  ଅକ୍ଷୟ ଖାନ୍ନାଙ୍କୁ  ଏକ ଫିଲ୍ମ ପାଇଁ  ଆପ୍ରୋଚ୍‌  କଲେ । କାହାଣୀ  ଶୁଣିବା ପରେ  ଅକ୍ଷୟ  ରାଜି ହେଲେ ଓ  ସାଇନିଂ ଏମାଉଣ୍ଟ୍‌ ନେଇ  ଫିଲ୍ମ  ପାଇଁ  ବିଧିବଦ୍ଧ ଭାବେ ଚୁକ୍ତିବଦ୍ଧ ହେଲେ ।  ଡେବ୍ୟୁ  ଫିଲ୍ମ  ରିଲିଜ୍‌  ହେବା ପୂର୍ବରୁ ସେସମୟ ରେ ଖୁବ୍‌ ମୋଟା ଅଙ୍କର  ପାରିଶ୍ରମିକ ଦେବାକୁ  ପ୍ରଯୋଜକ  ରାଜି ହୋଇ ଥିଲେ । ଚୁକ୍ତି ଅନୁଯାୟୀ  ‘ ହିମାଳୟ ପୁତ୍ର’ ରିଲିଜ୍‌ ହେବା ପରେ  ଅକ୍ଷୟ ଖାନ୍ନା ଅବତାରଙ୍କ ଫିଲ୍ମର ସୁଟିଂ କରିବେ ।

ଏହାପରେ  ପ୍ରଯୋଜକ  ଅବତାର ସିଂ ଆହଲୁଓ୍ଵାଲିଆ ଫିଲ୍ମର ନିର୍ଦ୍ଦେଶକ ଭାବେ ‘ ସିନ୍ଦୂର’  ଫେମ୍‌  କେ.ରବିଶଙ୍କର୍‌ଙ୍କୁ ଚୁକ୍ତିବଦ୍ଧ କଲେ ।  ଏହାର  ସ୍କ୍ରିପ୍ଟ ପ୍ରସ୍ତୁତ  କଲେ  ବିଖ୍ୟାତ  ଲେଖକ  ଯୋଡ଼ି ରାଜୀବ କୌଲ-ପ୍ରଫୁଲ୍‌ ପାରେଖ ।  ସ୍କ୍ରିପ୍ଟ କାମ  ଚାଲୁଥିବା ବେଳେ  ଅକ୍ଷୟଙ୍କ  ଆପୋଜିଟ୍‌ରେ ନାୟିକା ଭାବେ  ନମ୍ରତା ଶିରୋଦ୍‌କର୍‌ଙ୍କୁ ସାଇନ୍‌ କଲେ ନିର୍ମାତା । ଏତଦ୍‌ବ୍ୟତୀତ କୁମାର  ଗୌରବ୍‌ ଓ ଆୟୁବ୍‌  ଖାନ୍‌ଙ୍କ ଭଳି  କେତେକ  କଳାକାରଙ୍କୁ ସର୍ପୋଟିଂ  ରୋଲ୍‌ ପାଇଁ  ସାଇନ୍‌ କରାଗଲା । ଖାଲି ସେତିକି ନୁହେଁ ଫିଲ୍ମର ଗୋଟିଏ  ଗୀତ ରେକର୍ଡିଂ ମଧ୍ୟ  କରାଗଲା, ଯେଉଁଥିରେ  ପ୍ରଯୋଜକ  ଅବତାର ଖର୍ଚ୍ଚ କରିଥିଲେ  ପ୍ରାୟ ସାଢେ ୫ ଲକ୍ଷ ଟଙ୍କା । ମୋଟାମୋଟି ଭାବେ ସେତେବେଳକୁ ନିର୍ମାତାଙ୍କର  ୨୩  ଲକ୍ଷ ଟଙ୍କା ଖର୍ଚ୍ଚ  ହୋଇସାରିଥିଲା ।

photo-starsfact.com

‘ ହିମାଳୟ ପୁତ୍ର’ ରିଲିଜ୍‌  ହେଲା ଏବଂ ନିର୍ମାତା ଅବତାର୍‌ ସିଂ ଆହଲୁଓ୍ଵାଲିଆ ଅକ୍ଷୟଙ୍କୁ  ଫିଲ୍ମର ସୁଟିଂ ଆରମ୍ଭ  କରିବା କଥା ମନେ ପକାଇଲେ । ଯଦିଓ ‘ ହିମାଳୟ ପୁତ୍ର’ ସୁପରହିଟ୍‌  ହେଲା ନାହିଁ, ତଥାପି ସୁଭାଷ ଘାଇ, ପ୍ରିୟଦର୍ଶନ ଓ ଋଷି କପୁର୍‌ଙ୍କ ଭଳି   ନିର୍ଦ୍ଦେଶକମାନେ ଅକ୍ଷୟ  ଖାନ୍ନାଙ୍କୁ ନୂଆ ସିନେମା ପାଇଁ  ଚୁକ୍ତିବଦ୍ଧ କଲେ ।  ନିର୍ମାତା  ଅବତାର୍‌ ଅକ୍ଷୟଙ୍କୁ  ଭେଟିବା ପାଇଁ  ଯେତେବେଳେ ତାଙ୍କ ପାଖକୁ ଗଲେ, ସେତେବେଳେ ଜଣେ ଭିନ୍ନ ଅକ୍ଷୟଙ୍କୁ ଦେଖିବାକୁ ପାଇଲେ । କହିବାର କଥା ହେଲା  ଅକ୍ଷୟ ଖାନ୍ନାଙ୍କ ଆଚରଣ  ବଦଳିଯାଇଥିଲା । ସେ ନିଜକୁ  ଜଣେ  ସୁପରଷ୍ଟାର୍‌  ବୋଲି  ମନେ କରିବା  ଆରମ୍ଭ  କରିଦେଇଥିଲେ ।  ଅକ୍ଷୟ ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ‘ତାଲ୍‌’, ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ‘ ଡୋଲି ସଜାକେ ରଖନା’ ଓ ଋଷି କପୁର୍‌ଙ୍କ ‘ଆ ଅବ୍‌ ଲୌଟ୍‌ ଚଲେ’ରେ ଲିଡ ରୋଲ କଲେ । କିନ୍ତୁ ଏହାପରେ ତାଙ୍କ କ୍ୟାରିଅର୍‌ ତଳକୁ ଗତି କଲା। ଏହା ଅବଶ୍ୟ ଭିନ୍ନ କଥା ଯେ ପରେଅବତାର୍‌ ସିଂ ଆହଲୁଓ୍ଵାଲିଆଙ୍କଠୁ ନେଇଥିବା ଅର୍ଥ ଫେରାଇଥିଲେ ଅକ୍ଷୟ ଖାନ୍ନା ।

ସମ୍ବନ୍ଧିତ ଖବର