ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଭଳି ଟୁଇଟ୍‌ କଲେ ବିଗ୍‌ ବି ଏବଂ ଆଲିଆ ଭଟ୍ଟ, ଟ୍ରୋଲ୍‌ ହେବା ପରେ ତୁରନ୍ତ ହଟାଇ ଦେଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ନିଜର ଫଟୋ ସେୟାର କରି ନିଜ ସହ ଜଡ଼ିତ ଖବର ପ୍ରସାର କରିବାଠାରୁ ଆରମ୍ଭ କରି ଦେଶର ଚର୍ଚ୍ଚା ହେଉଥିବା କୌଣସି ବିଷୟ ଉପରେ ନିଜର ମତ ରଖିବା ପର୍ଯ୍ୟନ୍ତ ସବୁ କାମରେ ନିଜର ମତ ଲେଖି ଏହି ଦୁଇ କଳାକାର ପୋଷ୍ଟ କରିଥାନ୍ତି । କିନ୍ତୁ ଏବେ ଦୁହେଁ କିଛି ଏଭଳି ଟୁଇଟ୍‌ କରିଛନ୍ତି , ଯାହା ପାଇଁ ଦୁହିଁଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ଟ୍ରୋଲ ହେବା ପରେ ପରେ ଦୁହେଁ କରିଥିବା ଟୁଇଟ୍‌କୁ ହଟାଇଥିବା ଦେଖାଯାଇଛି ।

jansatta.com

ସୂଚନା ମୁତାବକ, ବିଗ୍‌ ବି ପ୍ରୟାଗରାଜର ମ୍ୟାପ୍‌ ଟୁଇଟ୍‌ କରି ଏକ ଭିନ୍ନ କାହାଣୀ ଏବଂ ଏକ ଭିନ୍ନ ଆରମ୍ଭ ବୋଲି ଲେଖିଥିବା ବେଳେ ଆଲିଆ, ଏହା ପାଇଁ ମୁଁ ବହୁତ ଉତ୍ସାହିତ ବୋଲି ଲେଖିଥିଲେ। ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେବା ସହ ପାକିସ୍ତାନରେ ଜଣେ ପାଇଲଟ୍‌ ବନ୍ଦୀ ଥିବା ସମୟରେ ଦୁହିଁଙ୍କର ଏଭଳି ଟୁଇଟ୍‌ ଲୋକମାନଙ୍କୁ ପସନ୍ଦ ଆସି ନଥିଲା । ଏଥି ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଟ୍ରୋଲ ହେବା ଦେଖି ଦୁହେଁ କିଛି ସମୟ ପରେ କରିଥିବା ଟୁଇଟ୍‌କୁ ହଟାଇ ଦେଇଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର