‘ମୁଁ ପାକିସ୍ତାନୀ ବନିବି ନାହିଁ’ ବୋଲି କହି ସିନେମା ଛାଡ଼ିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ବିଗ-ବି ଅଭିତାଭ ବଚ୍ଚନ ନିଜର ସିନେମା ‘ତେରା ୟାର ହୁଁ ମେଁ’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମାକୁ ହିନ୍ଦୀ, ତାମିଲ, ବଙ୍ଗଳା ଭାଷାରେ ରିଲିଜ୍‌ କରାଯିବ। ଏହି ଫିଲ୍ମ ପରେ ଅମିତାଭ ବଚ୍ଚନ ଜଣେ ହଲିଉଡ୍‌ ନିର୍ଦ୍ଦେଶିତ ସିନେମାରେ ପାକିସ୍ତାନୀ ବ୍ୟକ୍ତିଙ୍କ ଭୂମିକା ନିଭାବାର ଯୋଜନା ଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଅମିତାଭ ବଚ୍ଚନକୁ ଆସ୍କର ବିଜେତା ସାଉଣ୍ଡ ଡିଜାଇନର ରେସଲ ପୋକ୍ୟୁଟି ଏକ ସିନେମାରେ ପାକିସ୍ତାନୀ ବ୍ୟକ୍ତିଙ୍କ ରୋଲ କରିବାର ଅଫର ଦେଇଥିଲେ। ଏହି ସିନେମା ପାଇଁ ପ୍ରଥମେ ବିଗ୍‌ ବି ହଁ ଭରିଥିଲେ। ପରେ ତାରିଖ ମିଳି ନପାରିବା ହେତୁ କର୍ତ୍ତାବାର୍ତ୍ତା ହୋଇ ପାରି ନଥିଲା। ଅମିତାଭ ବଚ୍ଚନଙ୍କ ସିଡ୍ୟୁଲ ହିସାବରେ ‘ବ୍ରହ୍ମାସ୍ତ୍ର’ ଓ ‘ତେରା ୟାର ହୁଁ ମେଁ’ ଦୁଇଟି ସିନେମା ସୁଟିଂ ଶେଷ ହେବା ପରେ ତାରିଖ ଥିଲା। ରେସଲ ବହୁଦିନ ଧରି ଅମିତାଭ ବଚ୍ଚନଙ୍କ ଅପେକ୍ଷା କରିଥିଲେ। ଶେଷରେ ଶୁଣିବାକୁ ମିଳୁଛି କି, ମୁଁ ପାକିସ୍ତାନୀ ବନିବି ନାହିଁ ବୋଲି କହି ବିଗ୍‌  ବି ଏହି ସିନେମାକୁ ଛାଡି ଦେଇଛନ୍ତି।

indiatimes.com

ବିଗ ବି ଏହି ସିନେମାକୁ ମନା କରିବା ପଛରେ କାରଣ ଭାରତ-ପାକିସ୍ତାନ ମଧ୍ୟରେ ବିଗୁଡ଼ି ଥିବା ସମ୍ପର୍କକୁ କୁହାଯାଉଛି। ଦେଶରେ ସମ୍ଭେଦନଶୀଳ ପରିସ୍ଥିତିକୁ ଦେଖି ବିଗ୍‌-ବି ଏହି ସିନେମାକୁ ଛାଡ଼ି ଦେଇଛନ୍ତି।

 

ସମ୍ବନ୍ଧିତ ଖବର